“ଗାଁ ଆମ୍ବ ପସରା” କାର୍ଯ୍ୟକ୍ରମ ଉଦଘାଟିତ

0
48

ଟିଟିଲାଗଡ଼,୧୧/୦୬/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦେସିଲ ଗ୍ରାମ ଠାରେ କୃଷକ ଉତ୍ପାଦନ କମ୍ପାନୀ ପକ୍ଷରୁ ସପ୍ତାହ ବ୍ୟାପି ହେବାକୁ ଥିବା “ଗାଁ ଆମ୍ବ ପସରା” କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୃଷି ଉତ୍ପାଦକ କମ୍ପାନୀ ‘ଜାଡେନ’ର ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ ମୁଖ୍ୟଅତିଥି,ଏଫ୍.ପି. ଓ ଅଧ୍ୟକ୍ଷ ଗୁପ୍ତେଶ୍ୱର ମାଝୀ, ସରୋଜ ସାହୁ, ଏମ୍. ଡି. ସାବିତ୍ରୀ ମାଝୀ, ସମ୍ବଳ ଶକ୍ତି ଅଧ୍ୟକ୍ଷ କାଳିନ୍ଦୀ ରଣା, ଆଶା ସମ୍ପାଦକ ସଞ୍ଜୀବ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥା  ଦ୍ୱାରା ଅଞ୍ଚଳର ଚାଷୀ ଅନାବଶ୍ୟକ ମଧ୍ୟସ୍ଥି ବ୍ୟବସାୟୀଙ୍କ କବଳରୁ ରକ୍ଷା ପାଇବା ସହ ନିଜ ଉତ୍ପାଦନର ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳର ଚାଷୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।କାର୍ଯ୍ୟକ୍ରମରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଶା ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here