ସହର ଉପକଣ୍ଠରେ ରାତି ହେଲେ ଜମୁଛି ଜୁଆ ଖେଳର ଆସର

0
34

ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ସହର ଉପକଣ୍ଠରେ କ୍ରମାଗତ ଭାବରେ ଜୁଆଖେଳ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ସହର ଉପାନ୍ତରେ ଥିବା ମାତୃ ଶିଶୁ ଡାକ୍ତରଖାନା ନିକଟରେ ନିୟମିତ ବିଳମ୍ବିତ ରାତ୍ରି ଯାଏ ଜୁଆ ଖେଳର ଆସର ଜମୁଥିବା ସୂଚନା ମିଳିଛି । ଏଠାରେ ନିର୍ମାଣାଧୀନ ଥିବା ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ପରିସରରେ ପ୍ରତିଦିନ ସନ୍ଧ୍ୟାରେ ସହରର ବହୁ ଜୁଆରୀ ଏକତ୍ରିତ ହୋଇ ଜୁଆଖେଳର ଆସର ଜମାଉଥିବା ଯୋଗୁଁ ଏହି ରାସ୍ତାଦେଇ ଯିବା ଆସିବା କରୁଥିବା ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ସହରର ବହୁ ପ୍ରତିଷ୍ଠିତ ବ୍ୟବସାୟୀ ଏଥିରେ ସାମିଲ ହେଉଥିବା ଯୋଗୁଁ କୌଣସି ଅପ୍ରତ୍ୟାଶିତ ପରିସ୍ଥିତିକୁ ଏଡ଼ାଇବା ତଥା ସତର୍କ କରାଇବା ପାଇଁ କିଛି  ସ୍ଥାନୀୟ ଯୁବକଙ୍କୁ ଏଥିରେ ନିୟୋଜିତ କରାଯାଇଛି । ଟିଟିଲାଗଡ଼ ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଶିଥିଳ ହୋଇଥିବା ଯୋଗୁଁ ଏହା ଯୁଆଡ଼ିଙ୍କୁ ବେଶ ସୁହାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here