ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ

ଟିଟିଲାଗଡ,୦୨/୧୦(ଜେଏନଏସ), ଟିଟିଲାଗଡ ପୌର ପରିଷଦ ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ପୌରାଧ୍ୟକ୍ଷା ମମତା ଦେବୀ ଜୈନ,ପୌର ଉପାଧ୍ୟକ୍ଷା ପୂଷ୍ପମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା,ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଓ ବିଭିନ୍ନ ସମ୍ପ୍ରଦାୟ ର ଧର୍ମଗୁରୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଭୟ ମହାପୁରୁଷ ଙ୍କ ଶ୍ରୁତି ଚାରଣ କରିଥିଲେ।ସଭା ପ୍ରାରମ୍ଭରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀମାନେ ଗାନ୍ଧୀ ଙ୍କ ଭଜନ ଗାନ କରିଥିଲେ।ମୁଖ୍ୟଅତିଥି ଶ୍ରୀ ଜୈନ ଗାନ୍ଧୀ ଜୀ ଙ୍କ ଉକ୍ତି “ଗାଁ ର ବିକାଶ ହେଲେ ଦେଶର ବିକାଶ ହୋଇପାରିବ”ଏହାକୁ ପ୍ରାଥମିକତା ଦେଇ ତାଙ୍କ ସରକାର କାର୍ଯ୍ୟ କରୁଥିବା ଉଲ୍ଲେଖ କରିଥିଲେ।ସେହିପରି ଶାସ୍ତ୍ରୀ ଙ୍କ ନେତୃତ୍ୱରେ ଶ୍ୱେତ ବିପ୍ଳବ ଓ ସବୁଜ ବିପ୍ଳବ ଆରମ୍ଭ ହୋଇଥିବା ଏବଂ ଦେଶରେ ଶାନ୍ତି,ମୈତ୍ରୀ ପ୍ରତିଷ୍ଠା କରିବାରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ ବୋଲି ଶ୍ରୀ ଜୈନ ପ୍ରକାଶ କରିଥିଲେ।ଏହି ଅବସରରେ ବିଭିନ୍ନ କୃତ୍ତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ରେଳଷ୍ଟେସନ ଠାରେ ସାମୁହିକ ସଫେଇ କାର୍ଯ୍ୟ ରେ ଅତିଥିବୃନ୍ଦ ସାମିଲ ହୋଇ ସ୍ବଚ୍ଛତା ର ବାର୍ତ୍ତା ପ୍ରଦାନ କରିବା ସହ ସଫେଇ କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles