କଂଗ୍ରେସ କାର୍ଯ୍ୟାଳୟ, ଟିଟିଲାଗଡ଼ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

0
84

ଟିଟିଲାଗଡ଼,୦୩/୧୦,(ଜେଏନ୍ଏସ୍ ) ଟିଟିଲାଗଡ଼ କଂଗ୍ରେସ କାର୍ଯ୍ୟାଳୟ ଠାରେ ୧୫୫ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କଂଗ୍ରେସ ଦଳର ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଡମ୍ବରୁ ଛତ୍ରୀୟା, ସୁମନ ବେହେରା, ଦେବାନନ୍ଦ ସାହୁ, ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସତ୍ୟ ଓ ଅହିଂସାକୁ ପାଥେୟ କରି ଗାନ୍ଧୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହେବାକୁ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ ହରପାଲ, ଭୂପେନ ବାଗ, ଚିଦାନନ୍ଦ ସୁନା, ସୁରଜ ମହାନନ୍ଦ, ଜିତୁ ଲେଙ୍କା, ମାଧବ ତାଣ୍ଡି, ଅରୁଣ ସିଂ ମହାକୁଡ଼ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here