ସାହିତ୍ୟ ସଂସ୍କୃତି ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ

0
104

ଟିଟିଲାଗଡ଼,୨୦/୦୮(ଜେଏନ୍ଏସ୍): ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜ୍ୟୋତିପ୍ରକାଶ ଗଡତ୍ୟାଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ସହାୟକ ଜିଲ୍ଲାପାଳ ସନ୍ଦୀପ କୁମାର ଚନ୍ଦ୍ରକାର ମୁଖ୍ୟ ଅତିଥି ଓ ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ:ସୌରଭ ରଂଜନ ଖମାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମଞ୍ଚାସୀନ ଥିଲେ । ବରିଷ୍ଠ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡଙ୍ଗୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବରିଷ୍ଠ ଲେଖକ ସେବକ ଚରଣ ଦାଶଙ୍କ ‘ଲଘୁଚେତନା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ଅଶୀବର୍ଷ ପୂର୍ତ୍ତି ହେତୁ ପ୍ରାକ୍ତନ ସଭାପତି ଜଗନ୍ନାଥ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଂପାଦକ ପ୍ରମୋଦ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ। 

LEAVE A REPLY

Please enter your comment!
Please enter your name here