ରେଳ ଷ୍ଟେସନ ପରିସରରୁ ଗଞ୍ଜେଇ ଜବତ,୧ ଗିରଫ

ଟିଟିଲାଗଡ,୧୯/୧୨(ଜେଏନଏସ),ଟିଟିଲାଗଡ ଜିଆରପି ଷ୍ଟେସନ ପରିସରରୁ ଚୋରା ଚାଲାଣ ହେବାକୁ ଥିବା ୧୧ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି।ସୂଚନା ଅନୁଯାୟୀ ଜିଆରପି ଥାନା ଅଧିକାରୀ ବିନୟ ଭୋଇ ତାଙ୍କ ଟିମ ସହ ଷ୍ଟେସନ ପରିସରରେ ପେଟ୍ରୋଲିଂ କରୁଥିବା ସମୟରେ ପ୍ଲାଟଫର୍ମ ନଂ୧ ନିକଟ ପାର୍ସଲ ଅଫିସ ଠାରେ ଜଣେ ଯୁବକ ଏକ ଟ୍ରଲି ବ୍ୟାଗ ସହ ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖି ଅଟକ ରଖିଥିଲେ।ସଂପୃକ୍ତ ଯୁବକ ର ତଲାସି ନିଆଯାଇଥିବା ବେଳେ ସେ ଟ୍ରଲି ବ୍ୟାଗ ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା।ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଝୁର୍ଲାକାନୀ ଗାଁ ର ଚକ୍ରଧର ଛତ୍ରିଆ(୨୯), ଜବତ ଗଞ୍ଜେଇ ର ପରିମାଣ ୧୧ କେଜି ୫୫୮ ଗ୍ରାମ ଏବଂ ଏହା ଟିଟିଲାଗଡ ଷ୍ଟେସନ ରୁ ଦୁର୍ଗ କୁ ଚାଲାଣ ହେଉଥିବା ପୁଲିସ ସୂଚନା ଦେଇଛି।ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି।ଏହି ଚଢାଉ ରେ ଜିଆରପି ଥାନାଧିକାରୀ ଶ୍ରୀ ଭୋଇ ଙ୍କ ସହ ଏଏସଆଇ ଉମାକାନ୍ତ ଯୋଶୀ,ତୋଫାନ ଶତପଥୀ,କେ.ଏସ. ପ୍ରକାଶ ପ୍ରମୁଖ ସାମିଲ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles