ଟ୍ରେନ ରୁ ଗଞ୍ଜେଇ ଜବତ

0
65

ଟିଟିଲାଗଡ଼,୧୫/୧୧,(ଜେଏନ୍ଏସ୍) ବିଶାଖାପାଟଣା ରୁ ଟିଟିଲାଗଡ଼ ଦେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ସମତା ଏକ୍ସପ୍ରେସରୁ ଆରପିଏଫ୍ ପୁଲିସ ୩ କେଜି ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ ସମତା ଏକ୍ସପ୍ରେସର ଏ.ସି କୋଚ ବି – ୫ ମଧ୍ୟରେ ସନ୍ଦେହଜନକ ଅବସ୍ଥାରେ ଏକ ବ୍ୟାଗ୍ ରହିଥିବା ଟିକେଟ ନିରୀକ୍ଷକ ସପନ କୁମାର ଆରପିଏଫ୍ ପୁଲିସକୁ ଜଣାଇଥିଲେ । ସୂଚନା ପାଇ ଆର ପି ଏଫ୍ ଥାନା ଅଧିକାରୀ ଏସ୍.ବି. ପୁନିଆଙ୍କ ନିର୍ଦ୍ଦେଶରେ ଟିମ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଜବତ କରିଥିଲା । ତେବେ ଗଞ୍ଜେଇ ଚାଲାଣକାରୀ ଫେରାର ମାରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି । ତେବେ ଗଞ୍ଜେଇ ମାଫିଆମାନେ ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ କରିବାକୁ ସୁରକ୍ଷିତ ମଣୁଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here