ବୁର୍ଲା,୨୧/୯(ଜେଏନଏସ),ଭାରତୀୟ ଜୀବନ ଵୀମା ନିଗମ ଅଭିକର୍ତ୍ତା ସଂଘ ବୁର୍ଲା ଶାଖା ର ସାଧାରଣ ସଭା ରବିବାର ସ୍ଥାନୀୟ ହୋଟେଲ ଲାଜିଜ୍ ଟାୱାର ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଲିଆଫି କ୍ଷେତ୍ରୀୟ ସମ୍ପାଦକ ସରୋଜ ଶଙ୍ଖୁଆ ମୁଖ୍ୟ ଅତିଥି,କ୍ଷେତ୍ରୀୟ ଆୟୋଜକ ସମ୍ପାଦକ ପ୍ରତାପ ମହାନ୍ତି ଓ ସର୍ବଭାରତୀୟ ଶିକ୍ଷାତ୍ମକ କମିଟି ଅଧ୍ୟକ୍ଷ ରବି ନାରାୟଣ ମିଶ୍ର ବିଶିଷ୍ଟ ଅତିଥି,ସମ୍ବଲପୁର ମଣ୍ଡଳ ସଭାପତି ଦାମୋଦର କର, ସମ୍ପାଦକ ଅନିରୁଦ୍ଧ ସାମଲ, ବରିଷ୍ଠ ଅଭିକର୍ତ୍ତା ଦେବେନ୍ଦ୍ର କପାନି, ଫେଡେରାଲ ଇସି ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିକର୍ତ୍ତା ଙ୍କୁ ଉତ୍ସାହିତ କରିଥଲେ।ଶାଖା ସଭାପତି ପ୍ରମୋଦ ପାଣିଗ୍ରାହୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ବରିଷ୍ଠ ମୁଖ୍ୟ ଜୀବନ ବୀମା ପରାମର୍ଶଦାତା ଇଂ ଅଜିତ କର ସଭା ପରିଚାଳନା କରିଥିଲେ।ଶାଖା ସମ୍ପାଦକ ସନ୍ଦୀପ ବର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ।ତୃଣମୂଳ ସ୍ତରରୁ ସଙ୍ଗଠନ କୁ ସଶକ୍ତ କରିବାସହ ସର୍ବଭାରତୀୟ ସ୍ତରରେ ସମ୍ବଲପୁର ମଣ୍ଡଳ କୁ ଏକ ଆଦର୍ଶ ମଣ୍ଡଳ ଭାବରେ ପରିଚିତ କରାଇବାକୁ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ।ଏହି ଅବସରରେ ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଶାଖା ର ନିର୍ବାଚନ ପ୍ରକ୍ରିୟା ସମାପନ ହୋଇଥିଲା।ପ୍ରଦୀପ ସାମନ୍ତ ସଭାପତି,ସନ୍ଦୀପ ବର୍ମା ସମ୍ପାଦକ ଓ ଦିଲ୍ଲୀପ ଶର୍ମା କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।ସେହିପରି ସମ୍ବଲପୁର ମଣ୍ଡଳ ଅତିରିକ୍ତ କାର୍ଯ୍ୟକାରି ସଭାପତି ଭାବରେ ଈଂ ଅଜିତ କର ଙ୍କୁ ମନୋନୀତ କରାଯାଇଥିଲା।କାର୍ଯ୍ୟକ୍ରମରେ ମଣ୍ଡଳ ଅନ୍ତର୍ଗତ ୧୨ ଟି ଶାଖା ର ସଭାପତି,ସମ୍ପାଦକ ତଥା ପ୍ରତିନିଧି ଯୋଗଦେଇଥିଲେ।