ଭାରତ ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା

0
130

ଟିଟିଲାଗଡ଼,୧୭/୦୯,(ଜେଏନଏସ),ଟିଟିଲାଗଡ଼ ଭାରତ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସମୂହଗାନ ଏବଂ ସମୂହ ଲୋକସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ପ୍ରତିଯୋଗିତାରେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିଷଦର ସଭାପତି ଜୟପ୍ରକାଶ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଚାରକ ଭାବରେ ବିଶିଷ୍ଟ କଳାକାର ହନୁମାନ ବୀର କର୍ଣ୍ଣ, କଣ୍ଠ ଶିଳ୍ପୀ ଅରୁଣ ସୁନା ଏବଂ ହିମାଂଶୁ କୁମାର ପ୍ରମୁଖ ଯୋଗ ଦେଇ ଥିଲେ । ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତାରେ ପ୍ରଭାବତୀ ପବ୍ଲିକ ସ୍କୁଲ ପ୍ରଥମ, ଓମ୍ ଭେଲି ସ୍କୁଲ ଦ୍ଵିତୀୟ ଏବଂ ଡି ଏ ଭି ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଭୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଭାବତୀ ପବ୍ଲିକ ସ୍କୁଲର ପ୍ରତିଭାଗୀମାନେ ଅକ୍ଟୋବର ୬ ତାରିଖରେ ବରଗଡ଼ରେ ହେବାକୁଥିବା ପ୍ରାନ୍ତସ୍ତରୀୟ ସମୂହଗାନ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ ।କାର୍ଯ୍ୟକ୍ରମରେ ପରିଷଦର ଉମେଶ ଚନ୍ଦ୍ର ଦାସ, ବ୍ରହ୍ମାନନ୍ଦ ପୁହାଣ, କିଶୋର ମହାପାତ୍ର ପ୍ରମୁଖଙ୍କ ସହ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here