ଟିଟିଲାଗଡ଼ ବାଲାଜୀ ଟାୟାର୍ସ ଅଫିସରେ ଜି.ଏସ୍.ଟି ବିଭାଗର ଚଢ଼ାଉ

0
109

ଟିଟିଲାଗଡ଼୧୯/୬(ଜେଏନ୍ଏସ୍), ଟିଟିଲାଗଡ଼ ସହରର ରଘୁନାଥ ପଡ଼ାସ୍ଥିତ ଗଜାନନ ଅଗ୍ରୱାଲ ତଥା ତାଙ୍କ ପୁଅ ରୋହିତ ଅଗ୍ରୱାଲଙ୍କ ବାଲାଜୀ ଟାୟାର୍ସ ଅଫିସ ତଥା ଗୋଦାମ ଉପରେ ପୁଣି ଥରେ ଜି.ଏସ୍.ଟି ବିଭାଗର ଏନଫୋର୍ସମେଣ୍ଟ ଟିମ୍  ବ୍ୟାପକ ପରିମାଣରେ ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗ ନେଇ ଚଢ଼ାଉ କରିଛି । ଗୁରୁବାର ସଂଧ୍ୟାରେ ରାଉରକେଲା ସ୍ଥିତ ଜି.ଏସ୍.ଟି ବିଭାଗର ୬ ଜଣିଆ ଏନଫୋର୍ସମେଣ୍ଟ ଟିମ୍ ସ୍ଥାନୀୟ ପୋଲିସ ପ୍ରଶାସନର ସହଯୋଗରେ ବାଲାଜୀ ଟାୟାର୍ସ ଉପରେ ଚଢ଼ାଉ କରିଛି । ଗଜାନନ ଅଗ୍ରୱାଲ ଏମ୍  ଆର ଏଫ୍ ଟାୟାର୍ସର ବ୍ୟବସାୟୀ ଭାବରେ ରହିଥିବା ବେଳେ ସିମେଣ୍ଟ, ଲୁହା ରଡ଼ ଆଦିର ମଧ୍ୟ ଗୋଦାମ କରି ଗ୍ରାହକମାନଙ୍କୁ ବିନା ବିଲ ଭାଉଚରରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରି ଆସୁଥିବା ଏବଂ ଟାୟାର୍ସଗୁଡିକ ମଧ୍ୟ ବିନା ବିଲ ଭାଉଚରରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଂକୁଥିବା ଅଭିଯୋଗ ହୋଇ ଆସୁଥିଲା ।  ଗତବର୍ଷ  ମଧ୍ୟ ଗଜାନନ ଅଗ୍ରୱାଲଙ୍କ ଏହି ଅଫିସ ଏବଂ ଗୋଦାମ ଉପରେ କଳାହାଣ୍ଡି, ଭବାନୀପାଟଣାର ଜି.ଏସ୍.ଟି ବିଭାଗର ସ୍ୱତନ୍ତ୍ର  ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ବ୍ୟାପକ କାଗଜପତ୍ର ଜବତ କରିଥିଲା। 

LEAVE A REPLY

Please enter your comment!
Please enter your name here