ଭାରତ ବିକାଶ ପରିଷଦ ପକ୍ଷରୁ “ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
103

ଟିଟିଲାଗଡ଼,୦୭/୧୦,(ଜେଏନ୍ଏସ୍) ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ “ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଶାଖା ସଭାପତି ଜୟପ୍ରକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ମୁଖ୍ୟବକ୍ତା, ପ୍ରାନ୍ତୀୟ ଉପସଭାପତି ଡ଼କ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପରିଷଦର ମୂଳମନ୍ତ୍ର ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣକୁ ପାଥେୟ କରି ଦେଶର ସଂସ୍କୃତିର ରକ୍ଷା କରିବା ଏବଂ ଗୁରୁ ଶିଷ୍ୟଙ୍କ ମହାନ୍ ପରମ୍ପରାକୁ ବଜାୟ ରଖିବାରେ ଅନୁଷ୍ଠାନର ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥିବୃନ୍ଦ ପ୍ରକାଶ କରିଥିଲେ । ବରିଷ୍ଠ ସଭ୍ୟ ଉମେଶ ଚନ୍ଦ୍ର ଦାସ ସଭା ପରିଚାଳନା ଓ ରାଜୀବ ଲୋଚନ ପାଢ଼ୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରମୋଦ ପାଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ କୃତ୍ତି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସେବକ ଚରଣ ଦାସ, ଜଗନ୍ନାଥ ପଣ୍ଡା, ଗୋବର୍ଦ୍ଧନ ସାହୁ, କିଶୋର ମହାପାତ୍ର, ବ୍ରହ୍ମାନନ୍ଦ ପୁହାଣ, ଚିତ୍ତରଞ୍ଜନ ଚାନ୍ଦ, ଅଖିଳ ପଣ୍ଡା, ପ୍ରଶାନ୍ତ ରାୟଗୁରୁ, ରମେଶ ପର୍ଡିଆ, ଶମ୍ଭୁ ଗୋୟଲ୍, ଈଶ୍ୱର ଜୈନ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here