ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ଟିଟିଲାଗଡ଼ରେ “ଜ୍ଞାନବିଜ୍ଞାନ” ମେଳା ଆୟୋଜିତ

0
117

ଟିଟିଲାଗଡ଼,୩୧/୦୭ (ଜେଏନ୍ଏସ୍) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ରଙ୍କ ତତ୍ତ୍ଵାବଧାନରେ “ଜ୍ଞାନ ବିଜ୍ଞାନ ମେଳା” ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଶଗଡ଼ଘାଟ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମେରେନ୍ଦ୍ର ହୋତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ମାନବ ଜୀବନରେ ବିଜ୍ଞାନର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମଞ୍ଚାସୀନ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜ୍ୟୋତିିପ୍ରକାଶ ଗଡତ୍ୟା ସାହିତ୍ୟ ଓ ବିଜ୍ଞାନର ସମନ୍ୱୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ମଦନମୋହନ ପୁଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିବା ବେଳେ ମଧ୍ୟ ସ୍ତରର ପ୍ରମୁଖ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ସାହୁ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସେହିପରି ଅପରାହ୍ଣରେ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବଜାର ଶାଖାର ଶାଖା ପରିଚାଳକ ଶ୍ରୀଯୁକ୍ତ ହରେକୃଷ୍ଣ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ମଣିଷର ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ ତଥା ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଅନୁଷ୍ଠାନର ଅନ୍ୟତମ ବରିଷ୍ଠ ଆଚାର୍ଯ୍ୟ ଅମିତ କୁମାର ତ୍ରିପାଠୀ ସମାରୋପ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଆଚାର୍ଯ୍ୟ  କୈଳାଶ ଚନ୍ଦ୍ର ସାହୁ “ଜ୍ଞାନ ବିଜ୍ଞାନ ମେଳା”ର ବିବରଣୀ ପଠନ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅନୁଷ୍ଠାନର ପରିଚାଳନା ସମିତିର ସମ୍ପାଦକ ଡମ୍ବରୁଧର କର୍ମୀ ଓ ସଦସ୍ୟା ଶ୍ରୀମତୀ ଝୁମିରାଣୀ ମିଶ୍ର ତଥା ସମସ୍ତ ଅତିଥି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । “ଜ୍ଞାନ ବିଜ୍ଞାନ ମେଳା” ରେ ପ୍ରଦର୍ଶିତ ୧୫୬ଟି ବିଜ୍ଞାନ ଓ ଗଣିତ ପ୍ରକଳ୍ପ ମଧ୍ୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦକ୍ଷିତା ମହାପାତ୍ରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ  “କଦଳୀ ଗଛର ତନ୍ତୁ ରୁ ସୂତା ପ୍ରସ୍ତୁତି” ପ୍ରଥମ ସ୍ଥାନ ଅଧିକାର କରିଥିଲା । କାର୍ଯ୍ୟକ୍ରମର ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ନୃପରାଜ ସେଠ ମଞ୍ଚାସୀନ ଅତିଥି ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ମାତୃଭାରତୀ, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here