କର୍କଟ ରୋଗୀଙ୍କ ପାଇଁ କେଶ ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ ପଲକ୍

0
139

ଟିଟିଲାଗଡ଼୧୮/୬ (ଜେଏନ୍ଏସ୍), କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପ୍ରୟାସରେ ନିଜ କେଶ ଦାନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସ୍ଥାନୀୟ ଦଶମ ଶ୍ରେଣୀ ଛାତ୍ରୀ ପଲକ ଜୈନ । କର୍କଟ ରୋଗୀମାନେ କେମୋ ଥେରାପି ଚିକିତ୍ସା ପରେ ନିଜ କେଶ ହରାଇ ସାମାଜିକ ଗ୍ଲାନି ବୋଧ କରୁଥିବା ନଜିର ରହିଛି । ଏହି ଭଳି ରୋଗୀଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ତଥା ସାମାଜିକ ଗ୍ଲାନିବୋଧରୁ ରକ୍ଷା କରିବା ଉଦ୍ଦେଶ୍ୟରେ ମୁମ୍ବାଇ ସ୍ଥିତ “ମଦତ ଚେରିଟ୍ରେବୁଲ ଟ୍ରଷ୍ଟ” ପୀଡ଼ିତଙ୍କ ପାଇଁ ୱିଗ୍ ତିଆରି କରି ନିଃଶୁଳ୍କରେ ବାଣ୍ଟିବା ସହ ଏହି ଉଦ୍ଦେଶ୍ୟରେ କେଶ ଦାନ କରିବା ନେଇ ସ୍ଵତନ୍ତ୍ର ଅଭିଯାନ ଚଳାଇଛି ।ଏଥିରେ ଅନୁପ୍ରାଣିତ ହୋଇ ଟିଟିଲାଗଡ଼ ସହର ଠିକାଦାର ପଡ଼ା ନିବାସୀ ତଥା ରକ୍ତଦାତା ଆନନ୍ଦ ଜୈନଙ୍କ ଝିଅ ପଲକ ନିଜ ୧୩ ଇଞ୍ଚ ଲମ୍ବ କେଶ ଦାନ କରିଛନ୍ତି । ପଲକ ସ୍ଥାନୀୟ ଓମ ଭେଲି ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ରହିଥିବା ବେଳେ ଛୋଟ ବୟସରୁ ତାଙ୍କ ସେବା ମନୋଭାବକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ଦକ୍ଷିତା ମହାପାତ୍ର ସର୍ବପ୍ରଥମେ ନିଜ କେଶ ଦାନ ଟିଟିଲାଗଡ଼ ତଥା ସମଗ୍ର ଓଡ଼ିଶା ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କ ସେବା ମନୋଭାବ ପାଇଁ ବହୁ ପ୍ରଶଂସିତ ହେବା ସହ ନିଜ ବିଦ୍ୟାଳୟ ତଥା ଅନ୍ୟ ବହୁ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ମଧ୍ୟ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here