ଜମି ବିବାଦକୁ ନେଇ ଆକ୍ରମଣ ମାମଲାର ଶୁଣାଣି : ଜେଲ ଗଲେ ଅଭିଯୁକ୍ତ

0
70

ଟିଟିଲାଗଡ଼,୧୭/୦୭ (ଜେଏନ୍ଏସ୍): ଜମିଜମାକୁ ନେଇ ଏକ ଗଣ୍ଡଗୋଳ ଏବଂ ମରଣାନ୍ତକ ଆକ୍ରମଣ ମାମଲାର ଶୁଣାଣି କରି ଟିଟିଲାଗଡ଼ ସିନିୟର ସିଭିଲ ଜଜ କୃଷ୍ଣଚନ୍ଦ୍ର ନାୟକ ଅଭିଯୁକ୍ତଙ୍କୁ ୪ ବର୍ଷ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଗତ ୨୦୧୫ ମସିହା ମେ ମାସ ୨୦ ତାରିଖରେରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଭୂଷଲାଡ଼ ଗ୍ରାମର ଜୟଦେବ ସାହୁ, ଭକରଧନ ସାହୁ, ଘନଶ୍ୟାମ ସାହୁ, ଶୁକ୍ରୁ ସାହୁ, ରମେଶ ସାହୁଙ୍କ ଗ୍ରାମର ପ୍ରକାଶ ସାହୁଙ୍କ ସହ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା । ଅଭିଯୁକ୍ତ ଘନଶ୍ୟାମ ପ୍ରକାଶଙ୍କୁ ଘରୁ ଟାଣି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ପ୍ରକାଶ ସଂଜ୍ଞାହୀନ ହୋଇ ତଳେ ପଡ଼ିଯିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ଭାବି ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାକୁ ନେଇ ପ୍ରକାଶଙ୍କ ବାପା ତ୍ରିନାଥ ସାହୁଙ୍କ ଅଭିଯୋଗ କ୍ରମେ ଟିଟିଲାଗଡ଼ ପୁଲିସ ମାମଲା ଦାୟର ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବୁଧବାର ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ବିଚାରପତି ଅଭିଯୁକ୍ତ ଘନଶ୍ୟାମ ସାହୁଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟରେ ଆହୁରି ଅତିରିକ୍ତ ୧ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପୂର୍ବରୁ ଜାମିନରେ ଥିବା ଘନଶ୍ୟାମଙ୍କ ବୁଧବାର ସାନି ଜାମିନ ଖାରଜ ପରେ ତାଙ୍କୁ ଟିଟିଲାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି । ଏହି ମାମଲାରେ ସଂଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତଙ୍କୁ ଅଦାଲତ ବିନା ସର୍ତ୍ତରେ ଖଲାସ ଆଦେଶ ଦେଇଛନ୍ତି । ସେହିପରି ଏହି ଗଣ୍ଡଗୋଳ ଘଟଣାକୁ ନେଇ ଅଭିଯୁକ୍ତ ଜୟଦେବ ପୀଡ଼ିତ ପ୍ରକାଶ ସାହୁ ଏବଂ ତାଙ୍କ ପିତା ତ୍ରିନାଥ ସାହୁଙ୍କ ନାମରେ ଥାନାରେ ଦାୟର ମାମଲା ନେଇ ଅଦାଲତ ପ୍ରକାଶଙ୍କୁ ତିନି ମାସ କାରାଦଣ୍ଡ ଆଦେଶ ଶୁଣାଇ ଥିବା ବେଳେ ପ୍ରକାଶଙ୍କ ପିତା ତ୍ରିନାଥଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here