ଓମଭେଲି ସ୍କୁଲ ବେଆଇନ ସରକାରୀ ଜମି ଜବର ଦଖଲ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ

0
154

ଟିଟିଲାଗଡ଼,୦୬/୦୯,(ଜେଏନଏସ), ଟିଟିଲାଗଡ଼ ସହରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ସରକାରୀ ଜମିର ଅଭାବ ରହିଥିବା ଦର୍ଶାଯାଉଥିବାବେଳେ ବହୁପରିମାଣରେ ସରକାରୀ ଜମି ଜବରଦଖଲରେ ଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ଥାନା ଚାହାଁରଭଟାଠାରେ ପ୍ଲଟ ନଂ ୩୨୮/ଖାତା ନଂ ୭୦ କିସମ-ଗୋଚର ଥିବା ୧୦ ଏକର ୫୦ ଡିସିମିଲ ଜମିକୁ ସ୍ଥାନୀୟ ଓମଭେଲି ସ୍କୁଲ ବେଆଇନ ଭାବରେ ଜବର ଦଖଲ କରିଥିବା ନେଇ ଅଭିଯୋଗ ହୋଇଛି । ସ୍କୁଲ କର୍ତ୍ତୃପକ୍ଷ ଏହି ଗୋଚର ଜମିକୁ ଜବରଦଖଲ କରିବା ସହ ସ୍କୁଲ ଓ ହଷ୍ଟେଲ କୋଠା ନିର୍ମାଣ ପାଇଁ ଡି.ଆର କେସ ନଂ ୧/୨୦୦୭ ମୁତାବକ ଟିଟିଲାଗଡ଼ ତହସିଲଦାରଙ୍କ ନିକଟରେ ଏହି ଜମି ଲିଜ ସୂତ୍ରରେ ନେବାକୁ ଆବେଦନ କରିଥିଲେ । ତେବେ ଟିଟିଲାଗଡ଼ ତହସିଲଦାର ଗୋଚର ଜମିକୁ ଲିଜ ଦିଆ ନ ଯିବା ନିୟମଥିବା ଦର୍ଶାଇ ଏହି କେସକୁ ବନ୍ଦ କରିବା ସହ ସଂପୃକ୍ତ ପ୍ରକଳ୍ପ ପାଇଁ ଅନ୍ୟ ଜାଗା ଦେଖି  ଆବେଦନ କରିବାକୁ ଆବେଦନ କାରୀଙ୍କୁ ଆଦେଶ ଦେଇଥିଲେ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଉଚ୍ଚନ୍ୟାୟାଳୟରେ ଏକ ରିଡ଼ ପିଟିସନ ଦାଖଲ କରିଥିଲେ । ସ୍କୁଲ ପକ୍ଷରୁ ଆବେଦନ ହୋଇଥିବା ରିଡ ପିଟିସନ ନଂ ୩୦୩୧୮/୨୪ ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିବାକୁ ମନା କରିବା ସହ ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ଟିଟିଲାଗଡ଼ ତହସିଲଦାର ନିଷ୍ପତ୍ତି ଗ୍ରହଣ କରି ଆବେଦନକାରୀଙ୍କୁ ଜଣାଇବାକୁ ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ୧୦ ଏକର ୫୦ ଡିସିମିଲ ଗୋଚର ଜମି ବେଆଇନ ଜବର ଦଖଲ ଅଭିଯୋଗରେ ଓମଭେଲି ସ୍କୁଲ ନା ରେ ଏକ ଜବରଦଖଲ ମାମଲା ୧୫୧/୨୦୨୦ ରୁଜୁ ହେବା ସହ ଜୋରିମାନା ହୋଇଛି । ଘଟଣା ସମ୍ପର୍କରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ବହିଦାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here