ହିଯକ୍ଷ୍ୟ ତାଣ୍ଡି ସଇଁତଳା ନୋଟାରୀ ନିଯୁକ୍ତ

0
35

ସଇଁତଳା,୧୫/୦୩/୨୦୨୫,(ଜେଏନ୍ଏସ୍) : ସ୍ଥାନୀୟ ବରିଷ୍ଠ ଆଇନଜୀବୀ ହିଯକ୍ଷ୍ୟ ତାଣ୍ଡି ସଇଁତଳା ନୋଟାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତ ସରକାରଙ୍କ ବିଧି ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ନୋଟାରୀ ଆକ୍ଟ୍ ୧୯୫୨(୫୩) ଅନ୍ତର୍ଗତ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ନୋଟାରୀ ଭାବରେ ଶ୍ରୀ ତାଣ୍ଡିଙ୍କୁ ନିଯୁକ୍ତ କରାଯାଇଛି । ସଇଁତଳା ବ୍ଲକକୁ ରାଜସ୍ୱ ବିଭାଗ ପକ୍ଷରୁ ଗତ ୨୦୦୯ ମସିହାରେ ସ୍ଵତନ୍ତ୍ର ତହସିଲ ଭାବରେ ଘୋଷଣା କରାଯାଇଥିବା ବେଳେ ୨୦୧୨ ମସିହାରେ ସ୍ଵତନ୍ତ୍ର ଜେ.ଏମ୍.ଏଫ୍.ସି. କୋର୍ଟ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏ ଅଞ୍ଚଳରେ କୌଣସି ନୋଟାରୀ ନିଯୁକ୍ତ ହୋଇ ନ ଥିବା ଯୋଗୁଁ ଅଞ୍ଚଳବାସୀ ନୋଟାରୀ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟିଟିଲାଗଡ଼ ଉପରେ ନିର୍ଭରଶୀଳ ଥିଲେ । ଶ୍ରୀ ତାଣ୍ଡିଙ୍କ ନିଯୁକ୍ତି ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । 

LEAVE A REPLY

Please enter your comment!
Please enter your name here