ମେଣ୍ଡାକୁ ନୂତନବ୍ଲକ ଘୋଷଣା ଦାବି ନେଇ ବିଶାଳ ଶୋଭାଯାତ୍ରା

0
31

ସୋନପୁର ,୧୬/୦୪/୨୦୨୫(ଜେଏନ୍ଏସ୍), ରାଜ୍ୟରେ ନୂତନ ବ୍ଲକ ପୁନଃ ଗଠନ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ପରେ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ଜୋର ଧରିବାରେ ଲାଗିଛି । ମଙ୍ଗଳବାର ମେଣ୍ଡା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ସୋନପୁର ଜିଲ୍ଲା ସଦରମହକୁମାରେ ଏକ ବିଶାଳ ଶୋଭାଯାତ୍ରାକରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ମହିଳାଗୋଷ୍ଠୀଙ୍କ ନାମକିର୍ତ୍ତନ ଦ୍ଵାରା ସୋନପୁର ସହର କମ୍ପି ଉଠିଥିଲା। ଅଞ୍ଚଳର ନ୍ୟାର୍ଯ୍ୟ ଦାବି ପାଇଁ ସମର୍ପିତ ହୋଇ ପ୍ରତ୍ୟେକ ପରିବାରରୁ ଦୁଇ ଜଣ ସଦସ୍ୟ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ମେଣ୍ଡାଗଡ଼ର ଇଷ୍ଟଦେବୀଙ୍କ ପାଖରେ ପୂଜାର୍ଚ୍ଚନା ପରେ ଏହି ବିଶାଳ  ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ମେଣ୍ଡା ସରପଞ୍ଚ ଲିଜାରାଣି ଦଣ୍ଡସେନା, ସମିତି ସଭ୍ୟା ବିଷ୍ଣୁପ୍ରିୟା ମିଶ୍ର, ଗୋପାଳ କର୍ମି, ପାକବାହାଲ ସରପଞ୍ଚ ପିଙ୍କି ଶିକା, ସମିତିସଭ୍ୟ ରାଜକିଶୋର ଭୁଏ, ସଂଗଠକ ମକୁନ୍ଦ ସାହୁ, ପ୍ରସନ୍ନ ପର୍ଡିଆ, ନାରାୟଣ ଝାଙ୍କର, ଟଙ୍କଧର ମେହେର, ବିଶ୍ୱାମିତ୍ର ନାଏକ, ରାଜୀବ ଯୋଷୀ, ରାଜେନ୍ଦ୍ର ପଣ୍ଡା, କିଶୋର ପଣ୍ଡା, ନକୁଳ କର୍ଣ୍ଣ, ରାଜେନ୍ଦ୍ର ଝାଙ୍କର, ବିଭୁତି ଝାଙ୍କର, ପ୍ରମୋଦ ପର୍ଡିଆ, ସିଦ୍ଧାର୍ଥ ଅଗ୍ରୱାଲ, ପ୍ରସାଦି କର୍ଣ୍ଣ, ଭାଗିରଥି ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରୋତ୍ତମ ମଲ୍ଲିକ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଅଞ୍ଚଳବାସୀ ସାମିଲ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here