ଗୋଷ୍ଠୀ ପୂଜା ମଣ୍ଡପ ଉଦଘାଟିତ

ଟିଟିଲାଗଡ(ଜେଏନଏସ),ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଙ୍ଗଳବାର ଟିଟିଲାଗଡ ଗସ୍ତ ରେ ଆସି ଟାଟା ପାୱାର କାର୍ଯ୍ୟାଳୟ ପରିସରରେ ତାଙ୍କ ଅନୁଦାନ ପାଣ୍ଠି ରୁ ନବନିର୍ମିତ ଗୋଷ୍ଠୀ ପୂଜା ମଣ୍ଡପ କୁ ଉଦଘାଟନ କରିଛନ୍ତି।ଟିଟିଲାଗଡ ସହରରେ ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘ ୬୮ ବର୍ଷଧରି ଆୟୋଜିତ ହୋଇ ଆସୁଥିବା ଦୁର୍ଗାପୂଜା ପାଇଁ ଉଦ୍ଧିଷ୍ଟ ଏହି ପୂଜା ମଣ୍ଡପ ପାଇଁ ସାଂସଦ ଶ୍ରୀ ବିଶି ତାଙ୍କ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ।ପ୍ରକାଶ ଯୋଗ୍ୟ ଯେ ସାଂସଦ ଶ୍ରୀ ବିଶି ପୂର୍ବରୁ ଟିଟିଲାଗଡ ବିଦ୍ୟୁତ ବିଭାଗରେ ୧୬ ବର୍ଷ ଧରି ଚାକିରି କରିଥିବା ବେଳେ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁର୍ଗାପୂଜା କମିଟି ର କୋଷାଧ୍ୟକ୍ଷ ଭାବରେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ।ତାଙ୍କ କର୍ମମୟ ଜୀବନ ର ଦୀର୍ଘ ସମୟ ଟିଟିଲାଗଡ ରେ ଅତିବାହିତ ହୋଇଥିବାରୁ ଏହି ମାଟି ସହ ସେ ଜଡ଼ିତ ଏବଂ ଅଞ୍ଚଳର ବିକାଶ କୁ ସେ ପ୍ରାଥମିକତା ଦେଇ ଆସିଥିବା ନେଇ ଉଲ୍ଲେଖ କରିଥିଲେ।ଉଦଘାଟନୀ ଉତ୍ସବରେ ଟାଟା ପାୱାର କର୍ମଚାରୀ,ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ, ହୀରା ଜିଟିଡି ୱାର୍କ୍ସ ୟୁନିଅନ ଓ ଆଦିବାସୀ କଲ୍ୟାଣ ସଂଘ ର ସଦସ୍ୟ ଓ ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles