ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ସ୍ଵାଧୀନତା ଦିବସ ପାଳିତ

0
120

ଟିଟିଲାଗଡ଼,୧୫/୦୮(ଜେଏନ୍ଏସ୍): ସ୍ଥାନୀୟ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା କେନ୍ଦ୍ର ବାଲ୍ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଓ ଗବେଷକ ଡ଼କ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଦେଶପ୍ରେମ ଭାବ ଜାଗ୍ରତ ହେଲେ ଦେଶ ସ୍ୱତଃ ପ୍ରବୃତ୍ତ ଭାବେ ବିକାଶ କରିବ ବୋଲି ଅତିଥି ନିଜ ଅଭିଭାଷଣରେ କହିଥିଲେ ।ଏହି ଅବସରରେ ବିଦ୍ୟାଳୟର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।  କାର୍ଯ୍ୟକ୍ରମରେ ସ୍କୁଲର ପରିଚାଳନା ନିର୍ଦେଶକ ସତ୍ୟବ୍ରତ ପଣ୍ଡା,ଅଧ୍ୟକ୍ଷ ବିମଲ କୁମାର ଦୀପ ପ୍ରମୁଖ ଙ୍କ ସହ ଶିକ୍ଷକ ରାଜେଶ ବାଗ ଶିକ୍ଷୟତ୍ରୀ ଶର୍ମିଲା ସାହୁ, ଆରତୀ ବର୍ମା, ବିନ୍ଦୁ କଟା, ସାହୀନ ବେଗମ, କେ ବନ୍ଦନା, ବାସନ୍ତୀ ନାଗ, ମଞ୍ଜୁଲତା ଶତପଥୀ, ସରସ୍ବତୀ ସାଗର ଓ ଛାତ୍ର ଛାତ୍ରୀ  ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here