ତୂର୍ଲାରେ ସ୍ଵାଧୀନତା ଦିବସ ପାଳିତ

0
83

ଟିଟିଲାଗଡ଼,୧୬/୦୮(ଜେଏନ୍ଏସ୍): ଦେଶ ସ୍ଵାଧୀନତାର ୭୮ ବର୍ଷ ପୂର୍ତ୍ତି ଅବସରରେ ଗାଁ ଠୁ ସହର ଉତ୍ସବ ମୁଖର ଥିବା ଦେଖାଯାଇଛି।ଏହି ପରିପ୍ରେକ୍ଷିରେ ରେ ଟିଟିଲାଗଡ଼ ବ୍ଲକ ଜଗୁଆ ପଞ୍ଚାୟତ ଅନ୍ତର୍ଗତ ତୂର୍ଲା ଗ୍ରାମ ଠାରେ ୭୮ ତମ ସ୍ୱାଧିନତା ଦିବସ ପାଳିତ ହୋଇଛି।କାର୍ଯ୍ୟକ୍ରମରେ ଆଦର୍ଶ ଯୁବକ ସଂଘର ସଭାପତି ପଙ୍କଜ ଜାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପାଓମେକ୍ସ ସିପିଙ୍ଗ ମ୍ୟାନେଜର ଦୁର୍ଯୋଧନ ଜାଲ, ଗଣ୍ଡା ସମାଜ ସଭାପତି ଘନ ଶ୍ୟାମ ତାଣ୍ଡି ପ୍ରମୁଖ ଯୋଗଦେଇ ଥିଲେ । ସମାଜର ସାଧାରଣ ସମ୍ପାଦକ ଅର୍ଜୁନ ନାଗ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ମୁଖିଆ ସବନ୍ ଶିକା, ଗୌରାଙ୍ଗ ନାଗ, ଶଙ୍କର ନାଗ, ରୀଙ୍କୁ ଜାଲ, ଜିତେନ ଶିକା, ସୁଶାନ୍ତ ମୁଗ୍ରି, କପିଲ ନାଗ, ଲଙ୍କେଶ ଶିକା, କିଶନ ଜାଲ, ରାଜେଶ ନାଗ , କୁନା ସେନାପତି ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here