ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0
61

ଟିଟିଲାଗଡ଼,୦୯/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ପୌର କଲ୍ୟାଣ ମଣ୍ଡପ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଉପଜିଲ୍ଲାପାଳ ରେହାନ ଖତ୍ରୀ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ସମ୍ମାନିତଅତିଥି ଓ ପ୍ରଭାବତୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସୁନନ୍ଦା ଜତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉପସ୍ଥିତ ମହିଳାଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ସରକାର ସୁଭଦ୍ରା ଯୋଜନା ପ୍ରଚଳନ ସହ ମହିଳା ସଶକ୍ତି କରଣ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଇଥିବା ମୁଖ୍ୟଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ । ସି.ଇ.ଓ. ଶୁଭଶ୍ରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପୌରନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କିଛି ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକଙ୍କ ସଭାପତିତ୍ୱରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସମିତି ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here