ଟିଟିଲାଗଡ଼ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
77

ଟିଟିଲାଗଡ଼୨୧/୬(ଜେଏନ୍ଏସ୍), ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଶୁକ୍ରବାର ଦଶମ ସଂସ୍କରଣ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ଓ ଲାୟନ୍ସ କ୍ଲବ ତରଫରୁ ଆୟୋଜିତ ସାମୁହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟାକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ତହସିଲଦାର ଶୁଭାଶିଷ ଶତପଥୀ, ସହକାରୀ ଜିଲ୍ଲାପାଳ ସଂଦୀପ ଚନ୍ଦ୍ରକାର, ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା, ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର ଶର୍ମା, ପୂର୍ବତନ ସଭାପତି ସନ୍ତୋଷ ମହାନ୍ତି, ଈଶ୍ଵରୀୟ ଯୋଗ ବିଦ୍ୟାଳୟର ବି.କେ ଯୋଗେଶ୍ଵରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଯୋଗ ଶିବିରର ଶୁଭ ଉଦ୍ଘାଟନ କରିଥିଲେ । ଲୋକଙ୍କ ମଧ୍ୟରେ ବ୍ୟାୟାମ ଭାବରେ ଯୋଗ ଓ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯୋଗର ମହତ୍ତ୍ୱ ତଥା ଜନସଚେତନତା, ମାନସିକ ସ୍ୱଚ୍ଛତା ଏବଂ ଚାପମୁକ୍ତ ପରିବେଶରେ ଧ୍ୟାନ କରିବା ଦ୍ଵାରା ଆତ୍ମ-ସଚେତନତା, ସନ୍ତୁଳନ ଏବଂ ଆଭ୍ୟନ୍ତରୀଣ ଶାନ୍ତି ପ୍ରତିପାଦନ କରେ । ଯୋଗକୁ ଦୈନଦିନ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଦ୍ଵାରା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପ୍ରତି ସହାୟକ ହୋଇପାରିବ ବୋଲି ଅତିଥିବୃନ୍ଦ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆର୍ତ୍ତତ୍ରାଣ ରଥ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ଲୟନ୍ସ କ୍ଲବର କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି, ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here