ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
86

ଟିଟିଲାଗଡ଼,୨୧/୬(ଜେଏନ୍ଏସ୍), ଟିଟିଲାଗଡ଼, ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଉପାଧ୍ୟକ୍ଷ ପିତାମ୍ବର ଶର୍ମା ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱକୁ ନେଇ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଆନନ୍ଦ ଜୈନ ଯୋଗର ସାମଗ୍ରିକ ଉପକାରିତା ଏବଂ ଚାପ ହ୍ରାସ ତଥା ଏକାଗ୍ରତା ବୃଦ୍ଧିରେ ଏହାର ଭୂମିକା ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ଯୋଗ ପ୍ରଶିକ୍ଷକ ସୁନୀଲ ପଣ୍ଡା ବିଦ୍ୟାର୍ଥୀ ଜୀବନରେ ଯୋଗର ଭୂମିକାକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ଯୋଗ ପ୍ରଶିକ୍ଷକ ପ୍ରମୋଦ କୁମାର ସାହୁ, ତୁଷାର ରଞ୍ଜନ ଦାଶ, ପ୍ରିୟଙ୍କା ଉଲାକା ପ୍ରମୁଖ ବିଭିନ୍ନ ଆସନ ଏବଂ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ । ଶିକ୍ଷକ ଉଦୟ ମହାପାତ୍ର ଶିବିର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସୁରେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ  କରିଥିଲେ।

LEAVE A REPLY

Please enter your comment!
Please enter your name here