ଯାଦବ ଭବନ ଉଦଘାଟିତ

0
48

ସଇଁତଳା,୦୬/୦୩/୨୦୨୫,(ଜେଏନ୍ଏସ୍) : ସଇଁତଳା ବୁଢ଼ାବାହାଲ ଛକଠାରେ ଗୁରୁବାର ଯାଦବ ଭବନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ସଂଘ ସଭାପତି ଲକ୍ଷ୍ମଣ ବାଗ ମୁଖ୍ୟଅତିଥି, ପଦ୍ମଶ୍ରୀ ହଳଧର ନାଗ ବିଶିଷ୍ଟ ଅତିଥି, ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ,ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ,ରୀତାରାଣି ହାତୀ,ସରପଞ୍ଚ ସୁବ୍ରତ ନାଗ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସମାଜର ଯୁବବର୍ଗ ଆଗକୁ ଆସିବା ସହ ସମର୍ପିତ ହୋଇ ସଙ୍ଗଠନକୁ ସୁଦୃଢ଼ କରିବାକୁ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ବୁଢ଼ାଵାହାଲ ପଞ୍ଚାୟତ ସଭାପତି ପରମାନନ୍ଦ ହେର୍ଣ୍ଣା ସଭାର ସଭାପତିତ୍ୱ କରିଥିବା ବେଳେ ଗୋକୁଳନନ୍ଦ ବଗର୍ତ୍ତି ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବାଡ଼ି ଖେଳର ଖେଳାଳୀଙ୍କ ସହ ସ୍ଥାନୀୟ ସାମ୍ବାଦିକ ବିଶାଲ ଅଗ୍ରୱାଲ ଓ ତରୁଣ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସଭାପତି ମନୋହର ବାଗ, ସମ୍ପାଦକ ବିନୟ ଭୋଇ, ପଞ୍ଚାନନ ବଗର୍ତ୍ତି ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଗଜେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here