ଟିଟିଲାଗଡ,୯/୩(ଜେ ଏନ୍ ଏସ),ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇ ଆଇ ଟି ଖଡ଼ଗପୁର ଠାରେ ଅନଷ୍ଠିତ ବିଶେଷ କାର୍ଯ୍ୟକ୍ରମ ରେ ଜାଡେନ୍ ଫାର୍ମର କମ୍ପାନୀ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ ଙ୍କୁ କାର୍ଯ୍ୟଦକ୍ଷ ଗ୍ରାମୀଣ ନେତୃତ୍ୱ ସମ୍ମାନ ରେ ସମ୍ମାନିତ କରାଯାଇଛି। କୃଷକ ସଶକ୍ତିକରଣ,ମିଲେଟ ର ପ୍ରଚାର ସହ ଗ୍ରାମୀଣ ଜୀବିକା ବିକାଶରେ ଶ୍ରୀମତୀ ପଟ୍ଟନାୟକ ଙ୍କ ନିରନ୍ତର ଉଦ୍ୟମ ଓ ସହଭାଗିତା ପାଇଁ ତାଙ୍କୁ ଆଇ ଆଇ ଟି ନିର୍ଦ୍ଦେଶକ ସୁମନ ଚକ୍ରବର୍ତ୍ତୀ ଏହି ସମ୍ମାନ ପ୍ରଦାନ କରିଛନ୍ତି।ମହିଳା ଦିବସ ଅବସରରେ ସମ୍ବର୍ଦ୍ଧିତ ହୋଇ ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଥିବା ଶ୍ରୀମତୀ ପଟ୍ଟନାୟକ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


