ପରଲୋକରେ ଜଗବନ୍ଧୁ ସାହୁ

0
49

ଟିଟିଲାଗଡ଼,୧୬/୦୧/୨୦୨୫,(ଜେଏନ୍ଏସ୍), ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ଶ୍ୱଶୁର ତଥା ସ୍ୱର୍ଗତ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ପିତା ଜଗବନ୍ଧୁ ସାହୁ (୭୯)ଙ୍କ ବୁଧବାର ପ୍ରାତଃ ତାଙ୍କ ସ୍ଥାନୀୟ ବାସଭବନରେ ପରଲୋକ ଘଟିଛି ।ସ୍ୱର୍ଗତ ସାହୁ କିଛିଦିନ ଧରି ଶଯ୍ୟାଶାୟୀ ଥିଲେ ।ମୃତ୍ୟୁ ଶଯ୍ୟାରେ ବୋହୁ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସାହୁ, ନାତୁଣୀ ଅର୍ପିତା, ଆଶ୍ରିତା, ଭାଇ ଭଗବାନ ସାହୁ, ଲକ୍ଷ୍ମୀଧର ସାହୁ, ବିଷ୍ଣୁ ସାହୁ, ଅଶ୍ୱିନୀ ସାହୁ, ଆଶୁତୋଷ ସାହୁ ପ୍ରମୁଖ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ । ସ୍ଥାନୀୟ ମୁକ୍ତିଧାମରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ନାତୁଣୀ ଅର୍ପିତା ମୁଖାଗ୍ନୀ ଦେଇ ଥିଲେ । ସ୍ୱର୍ଗତ ସାହୁଙ୍କ ବିୟୋଗରେ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ତାଙ୍କ ଶବାଧାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here