ପରଲୋକରେ ଜୟଶ୍ରୀ ମିଶ୍ର

0
62

କଣ୍ଟାବାଞ୍ଜି,୨୧/୦୩/୨୦୨୫,(ଜେଏନଏସ): କଣ୍ଟାବାଞ୍ଜି, ଜୟ ମାତାଜୀ ନଗର ନିବାସୀ ଭାରତୀୟ ଜୀବନ ବୀମା ନିଗମର ମୁଖ୍ୟ ବୀମା ପରାମର୍ଶ ଦାତା ଜଗନ୍ନାଥ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟଶ୍ରୀ ମିଶ୍ର (୫୨)ଙ୍କ ପରଲୋକ ଘଟିଛି ।ସ୍ୱର୍ଗତ ଶ୍ରୀମତୀ ମିଶ୍ର ଗୁରୁବାର ବିଳମ୍ବିତ ରାତି ହଠାତ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା । ସ୍ୱର୍ଗତ ଶ୍ରୀମତୀ ମିଶ୍ର ତାଙ୍କ ଶାନ୍ତ, ସରଳ, ମେଳାପି ଓ ନମ୍ର ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here