ସାମ୍ବାଦିକ ପ୍ରମୋଦ ସେଲମା ସମ୍ବର୍ଦ୍ଧିତ

0
111

ସଇଁତଳା,୧୫/୦୮(ଜେଏନ୍ଏସ୍): ସଇଁତଳା ବ୍ଲକ ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ସାମ୍ବାଦିକ ପ୍ରମୋଦ ସେଲମାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମର ମୁଖ୍ୟଅତିଥି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଶ୍ରୀ ସେଲମାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ୨୫ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ ତୁଲାଇବା ସହ ଶ୍ରୀ ସେଲମା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଧରିତ୍ରୀ, ସମ୍ବାଦ, ନିତିଦିନ, ପ୍ରଗତିବାଦୀ ଆଦି ଦୈନିକ ଖବର କାଗଜର ସଇଁତଳା ବ୍ଲକ ପ୍ରତିନିଧି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇ  ଅଞ୍ଚଳବାସୀଙ୍କ ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନା କରିଆସିଛନ୍ତି । ନୂତନ ପିଢ଼ି ସାମ୍ବାଦିକଙ୍କ ପାଇଁ ଏକ ପ୍ରେରଣା ସାଜିଥିବା ଶ୍ରୀ ସେଲମା ଓଡିଶା ସାମ୍ବାଦିକ ସଂଘ (ଓଜେୟୁ )ର ବଲାଙ୍ଗିର ଜିଲ୍ଲା ସଭାପତି ଏବଂ ସଇଁତଲା କର୍ମଜୀବୀ ସାମ୍ବାଦିକ ସଂଘର ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ଵ ନିର୍ବାହ କରିଛନ୍ତି । ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ସେଲମାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । 

LEAVE A REPLY

Please enter your comment!
Please enter your name here