ଟିଟିଲାଗଡ଼,୧୩/୮(ଜେଏନଏସ),ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଭାରତୀୟ ଜୀବନବୀମା ନିଗମର ଅବସରପ୍ରାପ୍ତ ଉନ୍ନୟନ ଅଧିକାରୀ ଶ୍ରୀ କୁଞ୍ଜବିହାରୀ ମିତ୍ତଲ(୭୮)ଙ୍କ ବୁଧବାର ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ସ୍ୱର୍ଗତ ମିତ୍ତଲ ଗତକାଲି ନିଜ ବାସଭବନରେ ହଠାତ ଅସୁସ୍ଥ ହୋଇପଡ଼ିବା ପରେ ପରିବାର ସଦସ୍ୟ ପ୍ରଥମେ ତାଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ବରଗଡ଼ ନିଆଯାଇଥିଲା । ତାଙ୍କ ବିୟୋଗରେ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ, ଚେମ୍ବର୍ ଅଫ୍ କମର୍ସ ସଭାପତି ଈଶ୍ୱର ଚନ୍ଦ୍ର ଜୈନ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବପ୍ରସାଦ ପରିଡା, ସମ୍ପାଦକ ସନ୍ତୋଷ କେଜ୍ରିୱାଲ, ରୋଟାରିଆନ ହରିଶ ରାୟଥାଟା ପ୍ରମୁଖଙ୍କ ସହ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି ।