କିଟ୍ ଛାତ୍ରୀ ସାଇ ଶକ୍ତିମୟୀ ସାହୁଙ୍କ ପି.ଏଚ୍.ଡି. ଡିଗ୍ରୀ ଲାଭ

0
132

ଟିଟିଲାଗଡ଼,୦୯/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ନୀଳଚକ୍ର ନଗର ନିବାସୀ ଶ୍ରୀମତୀ ନଳିନୀ ସାହୁ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ କନିଷ୍ଠା କନ୍ୟା ସାଇ ଶକ୍ତିମୟୀ ସାହୁ ମଙ୍ଗଳବାର କିଟ୍ ବିଶ୍ଵବିଦ୍ୟାଳୟରୁ ସମ୍ମାନ ଜନକ ପି.ଏଚ୍.ଡି. ଡିଗ୍ରୀ ଲାଭ କରିଛନ୍ତି । କିଟ୍ ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗରୁ “EXPLORING MODIFIED SOCIAL GROUP OPTIMIZATION ALGORITHM FOR BENCHMARK FUNCTIONS AND REAL-WORLD APPLICATIONS” ବିଷୟରେ ବିଭାଗର ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ସେ ଗବେଷଣା କରୁଥିଲେ । ଶକ୍ତିମୟୀ ସରସ୍ୱତୀ ଶିଶୁ ମନ୍ଦିର ବୋର୍ଡା ଠାରେ ପ୍ରାଥମିକ ବିଦ୍ୟା ଅଧ୍ୟୟନ ପରେ ଟିଟିଲାଗଡ଼ ଶିଶୁ ମନ୍ଦିର ରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ । ସ୍ଥାନୀୟ ଡି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ତାପରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ କଟକରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି କିଟ୍  ବିଶ୍ଵବିଦ୍ୟାଳୟରେ ସଂପୃକ୍ତ ବିଷୟ ଉପରେ ଗବେଷଣା କରୁଥିଲେ । ତାଙ୍କ ଏହି କୃତ୍ତିତ୍ୱରେ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here