ନେସନାଲ ରାଇଫଲ ଏସୋସିଏସନ ଅଫ ଇଣ୍ଡିଆର ସଭାପତି ହେଲେ କଳିକେଶ

0
77

ବଲାଙ୍ଗିର,୨୧/୦୯,(ଜେଏନଏସ),ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ନେସନାଲ ରାଇଫଲ ଏସୋସିଏସନ ଅଫ ଇଣ୍ଡିଆ ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଶନିବାର ନୂଆଦିଲ୍ଲୀ  ଠାରେ ଏନ.ଆର.ଏ.ଆଇ.ର ସଭାପତି ପଦପାଇଁ ମତଦାନ ହୋଇଥିବା ବେଳେ ସେ ତାଙ୍କ ପ୍ରତିଦ୍ୱନ୍ଦି ଭି.କେ.ଧଲଙ୍କ ଠାରୁ ୩୬-୨୧ ଭୋଟରେ ବିଜୟୀ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ,ଏନ.ଆର.ଏ.ଆଇ.ରେ ଦୀର୍ଘ ୧୨ବର୍ଷ ଧରି ସଭାପତି ଥିବା ରଣୀନ୍ଦର ସିଂଙ୍କ ଅଧିକ ଦିନର କାର୍ଯ୍ୟକାଳ ପାଇଁ କେନ୍ଦ୍ରସରକାରଙ୍କ କ୍ରୀଡା ବିଭାଗ ଆପତ୍ତି ଉଠାଇବା ପରେ ସେ ଗତ ୨୦୨୩ ଅପ୍ରେଲରେ ଇସ୍ତଫା ଦେଇଥିଲେ । ପରେ କଳିକେଶ ଏହାର କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । କଳିକେଶ ଦାୟିତ୍ଵ ନେବାପରେ ଏନ.ଆର.ଏ.ଆଇ. ସୁଟରମାନଙ୍କୁ ପ୍ୟାରିସ ଅଲମ୍ପିକକୁ ପଠାଇଥିଲା । ଅଲମ୍ପିକରେ ସୁଟିଂ ଇଭେଣ୍ଟରେ ଭାରତକୁ ୩ଟି ବ୍ରୋଞ୍ଜମେଡାଲ ମିଳିଥିଲା । ଆସନ୍ତା ୨୦୨୫ ମସିହାର ସାଧାରଣ ପରିଷଦ ନିର୍ବାଚନ ପର୍ଯ୍ୟନ୍ତ କଳିକେଶ ସଭାପତି ପଦରେ ରହିବା ନେଇ ସୂଚନା ମିଳିଛି । ସଭାପତି ହେବା ପରେ ବିଧାୟକ କଳିକେଶଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି । 

LEAVE A REPLY

Please enter your comment!
Please enter your name here