ସ୍ଥାନୀୟ କଲେଜର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କେ.ପି.ଏସ୍.ଏସ୍. ଦାବୀପତ୍ର ପ୍ରଦାନ

0
31

ଟିଟିଲାଗଡ଼,୨୦/୦୪/୨୦୨୫(ଜେଏନ୍ଏସ୍), କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଟିଟିଲାଗଡ଼ ଗସ୍ତରେ ଆସି କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ଭୂମିପୂଜନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ଡି.ଏ.ଭି. ଓ ମହିଳା କଲେଜର ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ଅବଗତ କରାଯିବା ସହ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସମିତି ପକ୍ଷରୁ ସଭାପତି ଉପେନ୍ଦ୍ର ବାଗଙ୍କ ନେତୃତ୍ୱରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଉପ ମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂଦେଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମିତି ପକ୍ଷରୁ ଆଗତ ଉଭୟ କଲେଜର ସମସ୍ୟା ଗୁଡ଼ିକ ବିଷୟରେ ଅବଗତ ହେବା ସହ ସକାରାତ୍ମକ ଆଲୋଚନା କରିଥିଲେ । ଦାବୀପତ୍ର ପ୍ରଦାନରେ ସମିତି ସଭାପତି ଶ୍ରୀ ବାଗଙ୍କ ସହ ସମିତି ସଦସ୍ୟ ବରୁଣ ଲୁହା, ନରସିଙ୍ଗ ସିଂ, ଜ୍ୟୋତି ହରପାଲ, ଜୟସିଂ ତାଣ୍ଡି, ଆଲୋକ ମିଶ୍ର, ଯୋସେଫ ଛତ୍ରିଆ, ଦେବାନନ୍ଦ ସାହୁ, ପ୍ରହଲ୍ଲାଦ ବେହେରା, ପ୍ରେମ ସିନ୍ନା, ବିନୋଦ ଭରାସାଗର, ସଲମାନ ଖାନ, ଅଶୋକ ବାଗ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here