ରାଜ୍ୟ ପର୍ଯ୍ୟଟନ ସଚିବଙ୍କୁ କୁମୁଡ଼ା ପାହାଡ ସୁରକ୍ଷା ସମିତିର ଦାବୀପତ୍ର ପ୍ରଦାନ

0
37

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍) : ରାଜ୍ୟ ପର୍ଯ୍ୟଟନ ପ୍ରଧାନ ସଚିବ ବଳବନ୍ତ ସିଂ ମଙ୍ଗଳବାର ଟିଟିଲାଗଡ଼ ଗସ୍ତରେ ଆସି ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ପରିଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ସାମିଲ ହୋଇଥିବା ଏହି ଐତିହାସିକ ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ଵରାନିତ କରିବାକୁ  ଶ୍ରୀ ସିଂ ଗସ୍ତ କରିଥିବା ସୂଚନା ମିଳିଛି । ଏହି ଅବସରରେ ଟିଟିଲାଗଡ଼ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ପକ୍ଷରୁ ପର୍ଯ୍ୟଟନ ମାନ୍ୟତାପ୍ରାପ୍ତ ପ୍ରସିଦ୍ଧ ଶୈବପୀଠ କୁମୁଡ଼ା ପାହାଡ଼ର ବିଭିନ୍ନ ଉନ୍ନୟନ ମୂଳକ ପ୍ରସ୍ତାବ ସମ୍ମଳିତ ଏକ ଦାବୀପତ୍ର ଶ୍ରୀ ସିଂଙ୍କୁ ପ୍ରଦାନ କରାଯାଇଥିଲା। ଦାବୀପତ୍ର ପ୍ରଦାନରେ ସମିତି ସଭାପତି ଉପେନ୍ଦ୍ର ବାଗ, ସମ୍ପାଦକ ଶୁଭେନ୍ଦୁ ପୁରୋହିତ, ଜ୍ୟୋତି ହରପାଲ, ଜୟସିଂ ତାଣ୍ଡି  ପ୍ରମୁଖଙ୍କ ସହ ବହୁ ସଭ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here