ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ

0
149

ଟିଟିଲାଗଡ଼,୧୭/୦୯,(ଜେଏନଏସ), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ଏକ କୋଟିରୁ ଅଧିକ ମହିଳା ସଶକ୍ତି କରଣ ପାଇଁ ଉଲ୍ଲେଖ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସଭା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଉପଜିଲ୍ଲାପାଳ ରେହାନ ଖତ୍ରୀ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଉପାଧ୍ୟକ୍ଷ ଜଗତରାମ ରଣା, ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ଟିକି ପୋଢ଼ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହିତାଧୀକାରୀଙ୍କୁ ଉତ୍ସାହିତ କରିଥିଲେ । ବିଡ଼ିଓ ସୁଶାନ୍ତ ରଣା ସଭାର ଅଧ୍ୟକ୍ଷତା କରିଥିଲେ । ବହୁ ହିତାଧୀକାରୀ ଉତ୍ସାହିତ ହୋଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଚିନ୍ତାମଣି ସୁନା, ସମିତି ସଭ୍ୟ ଶଙ୍କର ଛୁରା, ଧିର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେହିପରି ପୌର ପରିଷଦ ପକ୍ଷରୁ ଆୟୋଜିତ ଅନୁରୂପ କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ମମତା ଜୈନ, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ପ୍ରମୁଖ  ଉପସ୍ଥିତ ରହି ହିତାଧୀକାରୀଙ୍କୁ ଉତ୍ସାହିତ କରିଥିଲେ । 

LEAVE A REPLY

Please enter your comment!
Please enter your name here