ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳନ

0
54

ଟିଟିଲାଗଡ଼,୩୦/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ଓକିଲ ସଂଘ ପକ୍ଷରୁ  ସ୍ଥାନୀୟ କୋର୍ଟ ପରିସରରେ ଓକିଲ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଓଡିଶା ବାର କାଉନସିଲ ସଦସ୍ୟ ଦେବଦତ୍ତ ମିଶ୍ର ମୁଖ୍ୟବକ୍ତା, ବିଶିଷ୍ଟ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଧୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ।ସବଜଜ୍ ରବି କିରଣ ସ୍ୱାଇଁ, ବିଶିଷ୍ଟ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ମୋହନ ଲାଲ ଜୈନ ପ୍ରମୁଖ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଆଇନଜୀବୀ ସ୍ୱର୍ଗତ ହରେକୃଷ୍ଣ ବେହେରାଙ୍କ ସ୍ମୃତିରେ  ବିଦ୍ୟାଳୟ ସ୍ତରୀୟ ପରିବେଶ ସୁରକ୍ଷା ସନ୍ଦର୍ଭ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆଦ୍ୟାଶା ଦୀକ୍ଷିତ, ପ୍ରତୀକ୍ଷା ପଣ୍ଡା, ଶ୍ରୀୟା ପଟ୍ଟନାୟକ ଏବଂ ବିନାୟକ ସାହୁଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥଲେ । ସଂଘ ସମ୍ପାଦକ ମହେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଳିପ୍ରସାଦ ମୁଖାର୍ଜୀ, ଶ୍ୟାମାପ୍ରସାଦ ଗରିଆ, ସୁମନ୍ତ ବେହେରା, ପଙ୍କଜ ପାଢ଼ୀ, ଡମ୍ବରୁଧର କର୍ମୀ, ପ୍ରିତମ ପଣ୍ଡା, ଜୟରାଜ ସାହୁ, ରାଜଦୀପ ପଟ୍ଟନାୟକ, ତୁଲସୀ ରାମ ସାହୁ, ପ୍ରଦୀପ ମହାନ୍ତି, ବୀରେନ୍ଦ୍ର ବାଗ, ସନ୍ଧ୍ୟା ଥାପା, ଦେବେନ୍ଦ୍ର ମିଶ୍ର, ସଞ୍ଜୀବ ପାଢ଼ୀ, ରାଜେଶ ବାବୁ, ପ୍ରମୁଖଙ୍କ ସହ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।  

LEAVE A REPLY

Please enter your comment!
Please enter your name here