ଏକ୍ସନଏଡ଼ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ।

0
93

ଟିଟିଲାଗଡ଼,୨୭/୦୭ (ଜେଏନ୍ଏସ୍) : ସ୍ଥାନୀୟ ସନ୍ ଭ୍ୟୁ ହୋଟେଲ ସମ୍ମିଳନୀ କକ୍ଷରେ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଏକ୍ସନଏଡ୍ ଓ ଜନଜାଗରଣ ଦାଦନ ସଂଘର ମିଳିତ ଆନୁକୁଲ୍ୟରେ ଶନିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନୂତନ ଭାରତୀୟ ନାଗରିକ ସୁରକ୍ଷା ଆଇନ ସଚେତନତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁ, ଆଇନଜୀବୀ ଡମ୍ବରୁଧର କର୍ମୀ ଓ ପ୍ରଦୀପ ମହାପାତ୍ର ଅତିଥି ଭାବରେ ଯୋଗଦେଇ ଆଇନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ସାମାଜିକ ଜୀବନ ମୌଳିକ ଆବଶ୍ୟକତା ଥିବା ବିଭିନ୍ନ ଆଇନ ସମ୍ଵନ୍ଧରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ । ଏହି ଶିବିରରେ ଟିଟିଲାଗଡ଼ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ୬୫ ଜଣ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ କୁମାର ଅଗ୍ରୱାଲ, ଅନୁଷ୍ଠାନର ସଦସ୍ୟା ଜ୍ୟୋତିର୍ମୟୀ ଦହଲ, ଭୁପେନ୍ଦ୍ର ରଣା, ସଞ୍ଜୀବ ରଣା, ତୃପ୍ତିମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର କେନ୍ଦ୍ରୀୟ ସଂଯୋଜକ ମୁରଲୀ ଚରଣ ଦାସ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here