ଜିଲ୍ଲାସ୍ତରୀୟ ଆଇନ ସଚେତନା କାର୍ଯ୍ୟକ୍ରମ

ଟିଟିଲାଗଡ,୧୨/୩(ଜେଏନଏସ),ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଠାରେ ଆକ୍ସନଏଡ ଓ ଜନ ଜାଗରଣ ଦାଦନ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ମୁଖ୍ୟଅତିଥି,ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ହିମାଂଶୁ କୁମ୍ଭାର,ଅତିରିକ୍ତ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ,ଥାନା ଅଧିକାରୀ ମନୋଜ ମୁଣ୍ଡା,ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ,ସାମ୍ବାଦିକ ମନୋଜ ଶତପଥୀ,ଆଇନଜୀବୀ ସନ୍ଧ୍ୟା ଥପା,ସୁନ୍ଦରଲାଲ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଚେତନ କରିଥିଲେ।କାର୍ଯ୍ୟକ୍ରମ ଅନ୍ତର୍ଗତ ଜଙ୍ଗଲ ଜମି ଅଧିକାର,ମହିଳା ଅଧିକାର,ଶ୍ରମିକ ଅଧିକାର,ଘରୋଇ ହିଂସା ନିବାରଣ ଆଇନ,ସରକାରୀ ସାମାଜିକ କଲ୍ୟାଣ ଯୋଜନା ଓ ସାଇବର ସଚେତନା ସମ୍ଵନ୍ଧରେ ଅତିଥିବୃନ୍ଦ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବିଜେପୁର,ଭାଲେଗାଁ ଓ ବାଞ୍ଜିପଦର ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles