ଲିଆଫୀ ସମ୍ବଲପୁର ମଣ୍ଡଳ ର ୧୧ ତମ ସାଧାରଣ ଅଧିବେସନ

ବଲାଙ୍ଗୀର,୧୩/୧୨(ଜେଏନଏସ),ଭାରତୀୟ ଜୀବନଵୀମା ଅଭିକର୍ତ୍ତା ସଂଘ(ଲୀଆଫି) ସମ୍ବଲପୁର ମଣ୍ଡଳ ର ୧୧ ତମ ଦ୍ଵୀ ଦିବସୀୟ ସାଧାରଣ ଅଧିବେଶନ ସ୍ଥାନୀୟ ହୋଟେଲ ନଟରାଜ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଲିଆଫି ଜାତୀୟ ସାଧାରଣ ସମ୍ପାଦକ ବି.ମାର୍କର୍ନଡେୟୁଲୁ ମୁଖ୍ୟଅତିଥି, ରାଜନୀତିକ ବ୍ୟାପାର କମିଟି ଅଧ୍ୟକ୍ଷ ଏନ ଗଜପତି ରାଓ ବିଶିଷ୍ଟ ଅତିଥି,ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ସମ୍ବଲପୁର ଡ଼ିଭିଜନାଲ ମ୍ୟାନେଜର ରବିନାରାୟଣ ପୁଝାରୀ,କ୍ଷେତ୍ରୀୟ ସଭାପତି ରାକେଶ ନନ୍ଦ କେଓଲିଆର,ସମ୍ପାଦକ ସରୋଜ ଶଙ୍ଖୁଆ,କ୍ଷେତ୍ରୀୟ ଆୟୋଜକ ସମ୍ପାଦକ ପ୍ରତାପ ମହାନ୍ତି, ସର୍ବଭାରତୀୟ ଶିକ୍ଷାତ୍ମକ କମିଟି ଅଧ୍ୟକ୍ଷ ରବି ନାରାୟଣ ମିଶ୍ର,ସମ୍ବଲପୁର ମଣ୍ଡଳ ସଭାପତି ଦାମୋଦର କର, ସମ୍ପାଦକ ଅନିରୁଦ୍ଧ ସାମଲ,ଅତିରିକ୍ତ କାର୍ଯ୍ୟକାରୀ ସଭାପତି ଇଂ ଅଜିତ କର,ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଅସୀମ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଭାବରେ ଯୋଗଦେଇ ଅଭିକର୍ତ୍ତା ଙ୍କୁ ଉତ୍ସାହିତ କରିଥଲେ।ଚଳିତ ବର୍ଷ ସଂଗଠନ ର ଏହି ମହାଅଧିବେସନ ବଲାଙ୍ଗୀର ରେ ଆୟୋଜିତ ହେଉଥିବା ଯୋଗୁଁ ଆୟୋଜକ ବଲାଙ୍ଗୀର ଶାଖା ତଥା ମଣ୍ଡଳ ଅନ୍ତର୍ଗତ ୧୪ ଟି ଶାଖାର ଅଭିକର୍ତ୍ତା ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ଆସନ୍ତା ୨୦୪୭ ମସିହା ସୁଦ୍ଧା ଦେଶ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ସବୁ ପକେଟ୍ ରେ ବୀମା ପହଞ୍ଚାଇବା କୁ ପ୍ରଧାନ ମନ୍ତ୍ରୀ ମୋଦୀ ତଥା ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଲ ଆଇ ସି ଏହି ଗୁରୁ ଦାୟିତ୍ବ ତୁଲାଇବା ରେ ମୁଖ୍ୟ ସହାୟକ ହୋଇଛି।ନିଗମ କୁ ଶୀର୍ଷରେ ପହଞ୍ଚାଇଥିବା ଅଭିକର୍ତ୍ତା ଙ୍କୁ ଅବହେଳିତ କରାଯାଉଥିବା ବେଳେ ଅଭିକର୍ତ୍ତା ଙ୍କ ସୁରକ୍ଷା କୁ ନେଇ ଲିଆଫୀ ସଂଘର୍ଷ ଜାରି ରଖିଥିବା ସଙ୍ଗଠନ ର ଶୀର୍ଷ ନେତୃବୃନ୍ଦ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମ ରେ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ୧୪ ଟି ଶାଖାରୁ ଶତାଧିକ ଅଭିକର୍ତ୍ତା ଯୋଗଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles