ଲିଆଫି ର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

0
94

ଟିଟିଲାଗଡ଼,୦୩/୧୦,(ଜେଏନ୍ଏସ୍ )ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ ସଭାଗୃହରେ ଭାରତୀୟ ଜୀବନ ଵୀମା ନିଗମ ଅଭିକର୍ତା ସଂଘ (ଲି.ଆ.ଫି) ର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଂଘର ସମ୍ବଲପୁର ମଣ୍ଡଳ, ସୁନ୍ଦରଗଡ଼ ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ସମ୍ପାଦକ ସରୋଜ ଶଙ୍ଖୁଆ ମୁଖ୍ୟଅତିଥି, ମଣ୍ଡଳ ସଭାପତି ଦାମୋଦର କର, ସମ୍ପାଦକ ଅନିରୁଦ୍ଧ ସାମଲ, ଉପଦେଷ୍ଟା ପ୍ରଫୁଲ୍ଲ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିକର୍ତ୍ତାଙ୍କୁ ଉତ୍ସାହିତ କରିଥଲେ । ଏହି ଅବସରରେ ଲିଆଫିର ପ୍ରତିଷ୍ଠାତା ସ୍ଵର୍ଗତ ଏ କେ ପୁରାକାସ୍ଥ ଏବଂ ଏସ ଏସ ଅଲ୍ଲୀ ଏବଂ ସଂଘ ପାଇଁ ଉସର୍ଗୀକୃତ ସ୍ଵର୍ଗତ ଏଚ୍ ଏମ ଜୈନ ଓ ଏସ ପି ବାଗଚିଙ୍କ ଅତିଥିବୃନ୍ଦ ଶ୍ରୁତି ଚାରଣ କରିଥିଲେ।୧୯୬୪ ମସିହା ଅକ୍ଟୋବର ୨ ତାରିଖ ରେ ବମ୍ବେ ଠାରେ ଲିଆଫି ପ୍ରତିଷ୍ଠା କରାଯାଇଥିବା ବେଳେ ନିଗମର ଅଭିକର୍ତ୍ତା ଙ୍କ ଅଧିକାର ଓ ସ୍ବାଭିମାନ ପାଇଁ ଏହା ସଂଘର୍ଷ ରତ ଥିବା ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଅଭିକର୍ତ୍ତା ନିଗମର ମେରୁଦଣ୍ଡ ସଦୃଶ ହୋଇଥିବା ବେଳେ କ୍ରମାଗତ ଭାବରେ ଶୋଷଣର ଶିକାର ହେଉଥିବା ଏବଂ ନିଜ ଅଧିକାରରୁ ବଞ୍ଚିତ ହେଉଥିବା ନଜିର ରହିଛି । ନିଗମର କର୍ମଚାରୀ ଓ ଅଭିକର୍ତ୍ତାଙ୍କ ମଧ୍ୟରେ ନିଗମ ପକ୍ଷରୁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗରେ ବଡ଼ ଧରଣର ତାରତମ୍ୟ ରହିଥିବା ବେଳେ ଏଥିଯୋଗୁଁ  ପେଶାଦାର ଅଭିକର୍ତ୍ତା ସୃଷ୍ଟି ହେବାରେ ଏହା ପ୍ରତିବନ୍ଧକ ସାଜିଥିବା ଅତିଥି ମାନେ ପ୍ରକାଶ କରିଥିଲେ । ତୃଣମୂଳ ସ୍ତରରୁ ଶାଖାରେ ସଙ୍ଗଠନକୁ ମଜଭୁତ କରିବା ସହ ସଙ୍ଗଠନକୁ ଶଶକ୍ତ କରିବାକୁ ଶ୍ରୀ କର ଆହ୍ଵାନ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଶାଖାର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷମାନେ ଯୋଗଦେଇଥିଲେ । 

LEAVE A REPLY

Please enter your comment!
Please enter your name here