ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଗ୍ରନ୍ଥାଗାରିକ ଙ୍କ ପରଲୋକ

ଟିଟିଲାଗଡ,୨୦/୧୨(ଜେଏନ୍ଏସ,ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ରେ କାର୍ଯ୍ୟରତ ଗ୍ରନ୍ଥାଗାରିକ ଯୁଧିଷ୍ଟିର ପ୍ରଧାନୀ (୫୪) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ପରଲୋକ ଘଟିଛି।ସ୍ବର୍ଗତ ପ୍ରଧାନୀ କିଛିଦିନ ଧରି ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।ସ୍ଥିତି ଗୁରୁତର ହେବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଦୁଇଦିନ ପୂର୍ବରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କ ପରଲୋକ ଘଟିଥିଲା। ପୈତୃକ ଗ୍ରାମ ମୂର୍ଶିଙ୍ଗ ଠାରେ ତାଙ୍କ ଅନ୍ତେଷ୍ଟିକ୍ରୀୟା ସମ୍ପନ୍ନ କରାଯାଇଛି।ସ୍ବର୍ଗତ ପ୍ରଧାନି ଜଣେ ଶାନ୍ତ,ସରଳ ଓ ମେଳାପି ସ୍ୱଭାବର ଅଧିକାରୀ ଥିଲେ।ତାଙ୍କ ବିୟୋଗ ରେ ବିଭାଗୀୟ ଅଧିକାରୀ, ସାମ୍ବାଦିକ ତଥା ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles