ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ, ସଞ୍ଜୟ ସଭାପତି ଓ ପଙ୍କଜ ସମ୍ପାଦକ

ଟିଟିଲାଗଡ଼,୨୯/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଲାୟନ୍ସ କ୍ଲବର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିସହ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଲାୟନ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଦୀପ ଅଗ୍ରୱାଲ,ଏମ ଜେଏଫ୍ ଲାୟନ ଯମୁନା ପ୍ରସାଦ ଗୋୟଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ସଞ୍ଜୟ ସାହୁ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଚଳିତ ବର୍ଷ ପାଇଁ ସଞ୍ଜୟ ସୋନି ସଭାପତି,ପଙ୍କଜ ନାମଦେବ ସମ୍ପାଦକ ଓ ଲିଓ କ୍ଲବ ସଭାପତି ଭାବରେ ପ୍ରତ୍ୟୁଷ ସାହୁ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ମହାନ୍ତି,ଦୀପକପୃଷ୍ଟି , ଲିଙ୍ଗରାଜ ସାହୁ, ସଜ୍ଜନ କମାନୀ,ଅସୀମ କୁଣ୍ଡୁ, ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles