ମଦଭାଟି ଯୋଗୁଁ ଅସୁରକ୍ଷିତ ଅଞ୍ଚଳବାସୀ

ଟିଟିଲାଗଡ,୨୯/୮(ଜେଏନ୍ଏସ), ମଦ ବ୍ୟବସାୟ ରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟ ରାଜକୋଷ ବୃଦ୍ଧିରେ ସିଂହଭାଗ ସହାୟକ ହେଉଥିବା ଯୋଗୁଁ ସରକାର ରାଜ୍ୟରେ ଦେଶୀ ବିଦେଶୀ ମଦ କାରବାର କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଆକଳନ ଅନୁଯାୟୀ ବଲାଙ୍ଗୀର ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଠାରୁ ବେଶି ସରକାରୀ ମଦଭାଟି ଓ ସୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି।ସରକାରୀ ନିୟମ ଅନୁଯାୟୀ ସିକୃତି ପ୍ରାପ୍ତ ମଦଭାଟି ଜନ ବସତି ଓ ମୁଖ୍ୟ ରାସ୍ତା ଠାରୁ ଦୂରରେ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ବେଳେ ଟିଟିଲାଗଡ ସହରରେ ଏହି ନିୟମର ଖୋଲାଖୋଲି ଉଲଂଘନ କରାଯାଇଛି।ଟିଟିଲାଗଡ ପୌର ପରିଷଦର ଅନ୍ତର୍ଗତ ୱାର୍ଡ ନଂ ୪ (ନେହେରୁ ନଗର) ଠାରେ ଜନ ବସତି ର ମଧ୍ୟ ଭାଗରେ ତଥା ମୁଖ୍ୟ ରାସ୍ତା କୁ ଲାଗି ରହିଛି ଦେଶି ମଦଭାଟି।ଦୀର୍ଘ ବର୍ଷ ଧରି ଜନବସତି ରେ ରହିଥିବା ଏହି ସରକାରୀ ସୀକୃତି ପ୍ରାପ୍ତ ମଦଭାଟି ବର୍ତ୍ତମାନ ଏହି ଅଞ୍ଚଳର ର ପ୍ରକୃତ ପରିଚୟକୁ ଅପହରଣ କରିବା ସହ ନୂତନ ପରିଚୟ ସୃଷ୍ଟି କରିଛି।ଏକ ଐତିହ୍ୟପୂର୍ଣ୍ଣ ପ୍ରତିଷ୍ଠିତ ସହର ର ନିର୍ଦ୍ଧିଷ୍ଟ ଏକ ଅଞ୍ଚଳ ମଦଭାଟି ନାଁରେ ପରିଚିତ ହେବା ଏବଂ ଜନ ମାନସରେ ଆଦୃତ ହେବା ସହର ସଭ୍ୟ ଶିକ୍ଷିତ ସମାଜ ର ଅସ୍ମିତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ବର୍ଷ ବର୍ଷ ଧରି ଏହା ସ୍ଥାନୀୟ ଅଞ୍ଚଳରେ ଯୁବପିଢି କୁ ବିପଥଗାମୀ କରିବା ସହ ମଦୁଆ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ତୁଲାଇଛି।ମଦଭାଟି ପାଇଁ ଏଠାରେ ମଦୁଆ ଙ୍କ ପ୍ରାଦୁର୍ଭାବ ବୃଦ୍ଧି ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ,କଲେଜ ର ଛାତ୍ରଛାତ୍ରୀ,ମହିଳା ନିଜକୁ ଅସୁରକ୍ଷିତ ମଣୁଥିବା ଦେଖିବାକୁ ମିଳିଛି। ଏହା ଅଞ୍ଚଳବାସୀ ଙ୍କ ଦେହସୁହା ରେ ପରିଣତ ହୋଇଥିବା ବେଳେ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ନଦେବା ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।ବର୍ତ୍ତମାନ ଗଣପର୍ବ ନୂଆଖାଇ ପାଇଁ ସହର ଉତ୍ସବ ମୁଖର ଥିବାବେଳେ ମଦଭାଟି ଯୋଗୁଁ ଏଠାରେ ଦିନ ତମାମ ମଦୁଆ ଙ୍କ ଭିଡ ଲାଗିରହିଛି।ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଥିବା ଯୋଗୁଁ ମଦ ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ଅଞ୍ଚଳ ବାସି ଙ୍କ ସୁରକ୍ଷା ପ୍ରତି ସଙ୍କଟ ଦେଖାଦେଇଛି। ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ମଦଭାଟି ସ୍ଥାନାନ୍ତର କରାଯିବା ନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles