ମାଲବାହୀ ଟ୍ରେନ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ, ପ୍ରେମିକା ମୃତ, ପ୍ରେମିକ ଗୁରୁତର

0
132

ଟିଟିଲାଗଡ଼,୨୦/୦୮(ଜେଏନ୍ଏସ୍): ମାଲବାହୀ ଟ୍ରେନ ଆଗକୁ ଡେଇଁ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରି ନାବାଳିକା ପ୍ରେମିକାର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ଘନଶ୍ୟାମ ବାଗ(୨୦)ଙ୍କ ସେହି ଗ୍ରାମର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ତେବେ ପରିବାର ସଦସ୍ୟଙ୍କ ବିରୋଧ ଯୋଗୁଁ ଉଭୟେ ଆତ୍ମହତ୍ୟା କରିବାକୁ ସ୍ଥିର କରି ଟିଟିଲାଗଡ଼ କେସିଙ୍ଗା ରେଳ ଧାରଣା କତରକେଲା ଠାରେ ଏକ ଚଳନ୍ତା ମାଲବାହୀ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ ।ଘଟଣା ସ୍ଥଳରେ ନାବାଳିକା ପ୍ରେମିକାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଘନଶ୍ୟାମକୁ ଗୁରୁତର ଅବସ୍ଥାରେ ସଂପୃକ୍ତ ଟ୍ରେନ ଚାଳକ ଓ ଗାର୍ଡ ଉଦ୍ଧାର କରି ଟିଟିଲାଗଡ଼ ଷ୍ଟେସନକୁ ଆଣିଥିଲେ । ରେଳବାଇ ପୁଲିସ ତାଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି। 

LEAVE A REPLY

Please enter your comment!
Please enter your name here