ପାଣିପାଗ : ବଙ୍ଗୋପସାଗରରେ ହଲଚଲ; ୨୫ ସକାଳେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା

0
58

ପାଣିପାଗ : ଟିଟିଲାଗଡ଼,୨୪/୫(ଜେଏନ୍ଏସ୍), ବଙ୍ଗୋପସାଗରରେ ଆସୁଛି ଭୀଷଣ ବାତ୍ୟା । ଆଜି ସକାଳେ ଲଘୁଚାପ ଶକ୍ତିଶାଳୀ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସହ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳୁ ଅବପାତ, ୨୫ ତାରିଖ ସକାଳେ ବାତ୍ୟା ଏବଂ ୨୬ରେ ଭୀଷଣ ବାତ୍ୟାର ରୂପ ନେଇପାରେ। ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଉଛି, ଏହା ବାଂଲାଦେଶ ପାର୍ଶ୍ଵବର୍ତ୍ତୀ କିମ୍ବା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ହୋଇପାରେ । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ। ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

LEAVE A REPLY

Please enter your comment!
Please enter your name here