ପୂର୍ତ୍ତ ବିଭାଗ ରାସ୍ତାରେ ବେଆଇନ କାମ

ଟିଟିଲାଗଡ,୭/୩(ଜେଏନଏସ),ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହଦା ଗ୍ରାମରେ ପୂର୍ତ୍ତ ବିଭାଗ ଅଧୀନ ରେ ଥିବା ରାସ୍ତା ପାର୍ଶ୍ୱରେ ବ୍ଲକ ପକ୍ଷରୁ ବେଆଇନ ଭାବରେ କାର୍ଯ୍ୟ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ର ବିନା ଅନୁମତିରେ ଟିଟିଲାଗଡ ବ୍ଲକ ପକ୍ଷରୁ ବିଧାୟକ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ବ୍ୟୟ ରେ ଫେଭର ବ୍ଲକ ଓ ରାସ୍ତା ପାର୍ଶ୍ୱରେ ଚୌକି ବସାଇବା କାର୍ଯ୍ୟ କରାଯାଉଛି।କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା କୁ ସଂଯୋଗ କରୁଥିବା ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ନିୟମ ଅନୁଯାୟୀ ଏହି ରାସ୍ତା ର ଉନ୍ନତି କିମ୍ବା ଅନ୍ୟାନ୍ୟ କାମ କେବଳ ସଂପୃକ୍ତ ବିଭାଗ ଦ୍ୱାରା କରାଯିବା ଉଚିତ।ତେବେ ବିଭାଗୀୟ ସମନ୍ଵୟତା ର ଅଭାବ ଓ କେବଳ ଠିକାଦାର ପୋଷା ନୀତି ରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳିଛି।ଅପରପକ୍ଷରେ କିଶୋର ମେହେର ନାମକ ଜଣେ ଠିକାଦାର ଏହି କାର୍ଯ୍ୟ କରୁଥିବା ଏବଂ ମୁଖ୍ୟ ରାସ୍ତା କୁ ଲାଗି ଚୌକି ଗୁଡ଼ିକ ବସା ଯାଉଥିବା ଯୋଗୁଁ ଦୁର୍ଘଟଣା ଆଶଙ୍କା ଦେଖାଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିଶ୍ୱଜିତ୍ ପାତ୍ର ଏହା ସମ୍ପୂର୍ଣ ବେଆଇନ ଭାବରେ ପୂର୍ତ୍ତ ବିଭାଗର ବିନା ଅନୁମତିରେ କରାଯାଉଥିବା ଏବଂ ଏହା ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles