ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାସୁଣୀ ଲୋକଉତ୍ସବ ପାଳିତ, ମନ ମୋହିଲା ଟିଟିଲାଗଡର ଢ଼ାପ ନାଚ

ଟିଟିଲାଗଡ଼,୧୭/୧(ଜେଏନଏସ),ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ ଉପଖଣ୍ଡସ୍ତରୀୟ ଘଣ୍ଟାସୁଣୀ ଲୋକମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଭାପତି ତଥା ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସଭାପତିତ୍ଵରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାସୁଣୀଙ୍କ ପୂଜାଚ୍ଚର୍ନା କରାଯାଇ ମାଁଙ୍କ ଅଖଣ୍ଡ ଦୀପ ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସଭା ସ୍ଥଳକୁ ଆସିଥିଲା । ଉଦଘାଟନୀ ଉତ୍ସବରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଏଡିପିଓ ଯଶୋବନ୍ତ ନାରାୟଣ ପ୍ରାଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଲୁକ୍କାୟିତ ପ୍ରତିଭା ଓ ପାରମ୍ପରିକ କଳାକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚିତ କରାଇବାରେ ଏହି ଉତ୍ସବର ପ୍ରାଧାନ୍ୟ ଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ। ତାଙ୍କ ସରକାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରାଧାନ୍ୟ ଦେଉଥିବା ଏବଂ କଳାକାରଙ୍କୁ ସମ୍ମାନ ଦେଇ କଳାକାର ଭତ୍ତା ବୃଦ୍ଧି କରିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ଟିଟିଲାଗଡ଼ ମାଟିର ଦିବଂଗତ କଳାକାରଙ୍କ ପରିବାର ସଦସ୍ୟଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକରୁ ନିଜ କଳା ଓ ପ୍ରତିଭା ପ୍ରଦର୍ଶନ କରିଥିବା ଦଳ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରଙ୍କୁ ଜିଲ୍ଲାସ୍ତରୀୟ ମହୋତ୍ସବକୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କେସିଙ୍ଗାର ସୁଧିର ନାୟକ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ବାଗ ଏହି ଉତ୍ସବ ଅଞ୍ଚଳର କଳା ଓ ପ୍ରତିଭାକୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଛି ବୋଲି କହିଥିଲେ । ସେହିପରି ମୁଖ୍ୟବକ୍ତା ଡ. ଷଡ଼ଙ୍ଗୀ ଲରମ୍ଭାର କଳାକାର ଗୁରୁବାରି ମିର୍ଦ୍ଧା ଡାଲଖାଇ ନାଚି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନଚାଇଥିବା କହିବା ସହ ଏହି ଅଞ୍ଚଳର କଳା କେତେ ଉଚ୍ଚକୋଟୀର ତାହା ଉଲ୍ଲେଖ କରିଥିଲେ । ସଭା ଶେଷରେ ସାଂସଦ ପ୍ରତିନିଧି ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ଢାପ ନାଚ ଓ ପ୍ରସିଦ୍ଧ କଳାକାର ରୁକୁ ସୁନାଙ୍କ ପ୍ରଦର୍ଶନ ଉପସ୍ଥିତ ଶତାଧିକ ଦର୍ଶକଙ୍କୁ ବିଭୋର କରିଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles