ଟିଟିଲାଗଡ ମା ଘଣ୍ଟାସୁଣି ଙ୍କ ନବମୀ ଯାତ୍ରା ଅନୁଷ୍ଠିତ

0
72

ଟିଟିଲାଗଡ଼,୩୦/୯(ଜେଏନଏସ),ଶାରଦୀୟ ଦଶହରା ନବମୀ ତିଥି ରେ ଟିଟିଲାଗଡ ସହରର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟା ଶୁଣୀ ଙ୍କ ନବମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଙ୍କ ଏହି ଯାତ୍ରା କୁ ନେଇ ଟିଟିଲାଗଡ ସହର ଉତ୍ସବ ମୁଖର ଥିବାବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ବିଧି ଅନୁଯାୟୀ ନବମୀ ତିଥି ରେ ସହରର ସର୍ଗିଗୁଡ଼ା ଠାରୁ ଦେବନ୍ଧ ପଡ଼ା ଗୌନ୍ତିଆଙ୍କ ଘର ଓ ସେଠାରୁ ମନ୍ଦିର କୁ ଆସି ବିଶେଷ ପୂଜାର୍ଚ୍ଚନା ପରେ ମା କାଳିସୀ ଙ୍କ ମାଧ୍ୟମରେ ନଗର ଯାତ୍ରା ପାଇଁ ବାହାରି ଅଗଣିତ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ମା ଘଣ୍ଟା ଶୁଣି ସେବାସମିତି ପକ୍ଷରୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟ ସହ ଲୋକନୃତ୍ୟ କୁ ମା ଙ୍କ ଯାତ୍ରା ରେ ସାମିଲ କରାଯାଇ ଏହାକୁ ଆହୁରି ଆକର୍ଷିତ କରାଯାଇଥିବା ଦେଖିବାକୁ ମିଳିଛି।ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସ୍ଥିତି କୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ ଭକ୍ତ ଙ୍କ ଗହଣରେ ମାଙ୍କ ଦର୍ଶନ କରିଥିଲେ। ସେବା ସମିତି ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳା ରେ ଯାତ୍ରା ସମାପନ କରିବାରେ ବିଶେଷ ଭୂମିକା ନିର୍ବାହ କରିଥିଲେ।

LEAVE A REPLY

Please enter your comment!
Please enter your name here