ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ଅନୁଷ୍ଠିତ

ଭବାନୀପାଟଣା,୩୦/୯(ଜେଏନଏସ),ଐତିହ୍ୟ ସମ୍ପନ୍ନ ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ମଙ୍ଗଳବାର ନବମୀତିଥି ରେ ଅନୁଷ୍ଠିତ ହୋଇଯାଇଛି।ହଜାର ହଜାର ଭକ୍ତ ଙ୍କ ସମାଗମ ରେ ଭବାନୀପାଟଣା ସହର ର ଉପକଣ୍ଠରେ ଥିବା ଫାଶୀ ଦଙ୍ଗର ଜେନାଖାଲ ରୁ ମା ଙ୍କ ବିଜୟ ପ୍ରତିମା ଛତର ଜେନା ବାଦ୍ୟର ତାଳେତାଳେ ମନ୍ଦିର ଅଭିମୁଖେ ବାହାରିଥିଲା।ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଦିନଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ଙ୍କ ଷୋଡ଼ ଦିନାତ୍ମକ ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥାଏ। ଅଷ୍ଟମୀ ତିଥିରେ ମା ଙ୍କ ନିକଟରେ ତନ୍ତ୍ର ଓ ବଳି ପୂଜା ପରେ ମନ୍ଦିରର ଗର୍ଭ ଗୃହରୁ ମା ଙ୍କ ବିଜୟ ପ୍ରତିମା ଛତର କୁ ଛତ୍ର ବାହାକ ଧରି ନିଶାର୍ଦ୍ଧ ରାତ୍ରୀ ରେ ଫାଶୀ ଦଙ୍ଗର  ଜେନାଖାଲ କୁ ଯାଇଥାନ୍ତି।ସେଠାରେ ସନ୍ଧି ଏବଂ ଗୁପ୍ତ ତନ୍ତ୍ର ପୁଜାପରେ ନବମୀ ତିଥିରେ ମା ଙ୍କ ଛତର କୁ ମନ୍ଦିର କୁ ଅଣାଯାଇଥାଏ।ଏହି ଯାତ୍ରା କୁ ହିଁ ଛତର ଯାତ୍ରା କୁହାଯାଇଥାଏ।ମାନସିକଧାରୀ ମାନେ କୁକୁଡ଼ା, ଛେଳି ଆଦି ବଳିଦେବାସହ ଶାନ୍ତି ର ପ୍ରତୀକ ପାରା କୁ ଛତର ଉପରକୁ ଉଡାଇଥାନ୍ତି।ମାଙ୍କ ଛତର ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ଆଦ୍ୟ ସେବକ କଳାହାଣ୍ଡି ମହାରାଜ ଶ୍ରୀ ଅନନ୍ତ ପ୍ରତାପ ଦେଓ ମାଙ୍କୁ ପୂଜାର୍ଚ୍ଚନା କରି ମନ୍ଦିର ଗର୍ଭଗୃହ କୁ ନେଇଥାନ୍ତି।ଏହାପରେ ହିଁ ଏହି ଯାତ୍ରା ର ସମାପନ ହୋଇଥାଏ। ଭକ୍ତ ଙ୍କ ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଇନ ଶୁଙ୍ଖଳା ସ୍ଥିତି କୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles