ଟିଟିଲାଗଡ ମହାଶିବରାତ୍ରୀ ମେଳା ପ୍ରସ୍ତୁତି ବୈଠକ

ଟିଟିଲାଗଡ,୧୯/୧(ଜେଏନଏସ),ଟିଟିଲାଗଡ ରଐତିହ୍ୟ ସମ୍ପନ୍ନ ମହା ଶିବରାତ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ପଦ୍ମନାଭ ସାମନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ଟ୍ରଷ୍ଟି ସଂଜୀବ ପାଢ଼ୀ,ଭବାନୀ ପ୍ରସାଦ ହୋତା,ରାଧାକାନ୍ତ ପାଢ଼ୀ,ତହସିଲଦାର ଶଙ୍କର ବାଗ,ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ।ଚଳିତ ବର୍ଷ ମହାଶିବରାତ୍ରୀ ମେଳା କୁ ଅଧିକ ଆକର୍ଷଣୀୟ କରାଯିବା ନେଇ ପୂର୍ଣ୍ଣାଙ୍ଗ ଆଲୋଚନା ସହ ଆବଶ୍ୟକୀୟ ନିଷ୍ପତ୍ତି ଗୃହୀତ ହୋଇଥିଲା।ମହାଶିବରାତ୍ରୀ ଦିନ ସହର ର ମଦ ଦୋକାନ ବନ୍ଦ ରଖାଯିବା,ମେଳା ପରିସରରେ ଆମିଷ ବିକ୍ରୀ ସମ୍ପୂର୍ଣ ରୂପେ ବନ୍ଦ ରଖିବା,ମନ୍ଦିର ରାସ୍ତା କୁ ମରାମତି କରାଯିବା,ଅସଂଖ୍ୟ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ଆନୁସାଙ୍ଗିକ ବ୍ୟବସ୍ଥା ତଥା ଆଇନଶୃଙ୍ଖଳା ସ୍ଥିତି କୁ ପ୍ରାଥମିକତା ଦେବା କୁ ବିଧାୟକ ଶ୍ରୀ ଜୈନ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ  ସମସ୍ତ ବିଭାଗର ଅଧିକାରୀ,ଟ୍ରଷ୍ଟ କର୍ମକର୍ତ୍ତା,ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles