ଟ୍ୟାଙ୍କର ଚକ ତଳେ ଚାପିହୋଇ ବ୍ୟକ୍ତିଙ୍କ ମୃତ୍ୟୁ

0
74

ଟିଟିଲାଗଡ଼(ଜେଏନ୍ଏସ୍), ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ନିକଟରେ ରବିବାର ଅପରାହ୍ନ ୩ ଘଣ୍ଟା ୩୦ ମିନିଟ ସମୟରେ ଏକ ତୈଳ ବୋଝେଇ ଟ୍ୟାଙ୍କର ପଛ ଚକ ତଳେ ଚାପିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ସହରର ସର୍ଗିଗୁଡା ଟିଟିଡୁଙ୍ଗୁରିପଡ଼ା ନିବାସୀ କୈଳାସ ସାହୁ (୫୫) ସାଇକେଲ ରେ ଆସୁଥିବା ବେଳେ ବ୍ୟାଙ୍କ୍ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ତୈଳ ବୋଝେଇ ଟ୍ୟାଙ୍କର ର ପଛ ଛକ ତଳେ ପଶି ଯାଇଥିଲେ।ଛକ ତଳେ ଚାପି ହୋଇ ତାଙ୍କ ଏକ ଗୋଡ଼ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ।

ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ସହ ଚାଳକ କୁ ପୁଲିସ ଗିରଫ କରିଛି। ମୃତକ ଙ୍କ ଶବ କୁ ମଧ୍ୟ ପୁଲିସ ଜବତ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here